ଭୁବନେଶ୍ଵରକୁ ପଲିଥିନ୍‌ ମୁକ୍ତ କରିବାକୁ ଏନ୍‌ଫୋର୍ସମେଣ୍ଟ କଡାକଡି କରାଯିବ, ବିଏମସିର ଷ୍ଟାଣ୍ଡିଂ କମିଟିର ବୈଠକ ନିଷ୍ପତ୍ତି

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ କାଉନସିଲ୍‌ ବୈଠକ ପୂର୍ବରୁ ବିଭିନ୍ନ ଷ୍ଟାଣ୍ଡିଂ କମିଟିର ବୈଠକ ଅନୁଷ୍ଠିତ। ଏଥିରେ ସ୍ୱାସ୍ଥ୍ୟ, ଜଳଯୋଗାଣ, ବିଦ୍ୟୁତ, ପରିମଳ ଏବଂ ଡ୍ରେନେଜ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ପର୍କିତ ବିଭିନ୍ନ ସମସ୍ୟା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ଆଗକୁ ମୌସୁମୀ ଥିବାରୁ ପରିମଳକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କର୍ପୋରେଟର । ପରିମଳ ବ୍ୟବସ୍ଥାରେ ନିୟୋଜିତ ଥିବା ବିଭିନ୍ନ ଘରୋଇ ସଂସ୍ଥାଙ୍କ କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

bmc23

ଆସନ୍ତା ଦୁଇ ଦିନ ମଧ୍ୟରେ ସମସ୍ତ ଏଜେନ୍ସିକୁ ଡକାଇ କମିଟି ଆଗରେ ଉତ୍ତର ରଖିବାକୁ କୁହଯାଇଛି । ସେହିପରି ଭୁବନେଶ୍ଵରକୁ ପଲିଥିନ୍‌ ମୁକ୍ତ କରିବାକୁ ଯାଇ ଏନ୍‌ଫୋର୍ସମେଣ୍ଟ କଡାକଡି କରିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ କେବଳ ଗୋଟିଏ ସେଣ୍ଟ୍ରାଲ ସ୍କ୍ଵାର୍ଡ ଥିବା ବେଳେ ୩ଟି ଯୋନରେ ଅଧିକ ୩ଟି ସ୍କ୍ଵାର୍ଡ ଗଠନ କରାଯିବ । ପ୍ରତି ଓ୍ଵାର୍ଡରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ବରିଷ୍ଠ ନାଗରିକଙ୍କ ଜରିଆରେ ୫ଶହ ଲେଖାଏଁ ବୃକ୍ଷ ରୋପଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଜଳସ୍ତର ବୃଦ୍ଧି କରିବାକୁ ୩ ହଜାର ୬୨ଟି ବର୍ଷା ଜଳ ଅମଳ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ । ଏହା ସହ ସହରରେ ଥିବା ସମସ୍ତ ଇ-ଶୌଚାଳୟକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ବେଠକରେ ନିଷ୍ପତ୍ତି ନିଆଯାଇଥିବା କମିଟି ଅଧ୍ୟକ୍ଷ ସୂଚନା ଦେଇଛନ୍ତି

Leave A Reply

Your email address will not be published.