ଲକ୍ ଡାଉନ୍ ଅବଧି ବଢିବା ନେଇ କେନ୍ଦ୍ର ସରକାର ତାଙ୍କର ମତ ରଖିଛନ୍ତି l ଅବଧି ବଢିବା ନେଇ ସୋସିଆଲ ମିଡିଆ ଏବଂ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେବାପରେ ସୋମବାର କେନ୍ଦ୍ର ସରକାର ନିଜର ମତ ରଖିଛନ୍ତି l କେନ୍ଦ୍ର କ୍ୟାବିନେଟ୍ ସେକ୍ରେଟାରୀ ରାଜୀବ ଗୌବା ଖଣ୍ଡନ କରିଛନ୍ତି l କହିଛନ୍ତି ଏଭଳି ଖବର ଶୁଣି ସେ ନିଜେ ମଧ୍ୟ ଆଶ୍ଚର୍ଯ୍ୟ l କେନ୍ଦ୍ର ସରକାର ସାରା ଭାରତକୁ 21 ଲକ୍ ଡାଉନ୍ ଘୋଷଣା କରିଥିବାବେଳେ ଏହାରି ଭିତରେ କେତେକ ଜରୁରୀ କାଳୀନ ସେବା ଏବଂ ସମାଗ୍ରୀକୁ ବାଦ୍ ଦେଲେ ଅନ୍ୟ ସମସ୍ତ ସମଗ୍ରୀ ଏବଂ ସେବାକୁ ବନ୍ଦ ରଖିଛନ୍ତି l ସେପଟେ ଭାରତରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି l
Alert : There are rumours & media reports, claiming that the Government will extend the #Lockdown21 when it expires. The Cabinet Secretary has denied these reports, and stated that they are baseless#PIBFactCheck#lockdownindia #coronaupdatesindia #IndiaFightsCorona
— PIB India #StayHome #StaySafe (@PIB_India) March 30, 2020