୧୦ ଦିନରେ ବଡମ୍ବା ବନାଞ୍ଚଳରେ ମିଳିଲାଣି ୩ ଟି ହାତୀର କଙ୍କାଳ, ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କଲା କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗତ ୧୦ ଦିନ ଭିତରେ ବଡମ୍ବା ବନାଞ୍ଚଳ ରେ ମିଳିଲାଣୀ ୩ ଟି ହାତୀ ର କଙ୍କାଳ। ପୂର୍ବରୁ ୨ ଟି ହାତୀର ମୃତଦେହ ମାଟିତଳୁ ଉଦ୍ଧାର ହୋଇଥିବା ବେଳେ ଗତକାଲି ଆଉ ଗୋଟେ ମୃତଦେହ ଉଦ୍ଧାର ହୋଇଛି। ପୂର୍ବରୁ STF ଚଢଉ କରି ୨ ଟି ଯାଗାରୁ ମାଟିଖୋଳି ହାତୀର ଗଳିତ ମୃତଦେହ ଉଦ୍ଧାର କରିଥିବା ବେଳେ ଆଉ ଗୋଟେ ଗତକାଲି ଉଦ୍ଧାର ହୋଇଥିଲା।
ଅନ୍ୟପଟେ ନରସିଂହପୁର ପଶ୍ଚିମ ବନବିଭାଗ ଜୟପୁର କାଳିଆପଡା ଜଙ୍ଗଲ ନିକଟରେ ଗୁଳିବିଦ୍ଧ ହାତୀ ପ୍ରାଣ ହରାଇବା ଘଟଣାରେ ହସ୍ତକ୍ଷେପ କରିଛି କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ। ଚିକିତ୍ସାଧୀନ ଅବସ୍ଥାରେ ଦିନକପୂର୍ବରୁ ହାତୀର ମୃତ୍ୟୁ ହୋଇଥିବା ବେଳେ କେନ୍ଦ୍ର ସରକାର ଏନେଇ ରାଜ୍ଯ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି।
କେଉଁ ପରିସ୍ଥିତିରେ ହାତୀକୁ ଗୁଳି କରାଗଲା? ସେ ଦିଗରେ ତଦନ୍ତ କରି ରିପୋର୍ଟ ଦେବାକୁ ପ୍ରଧାନ ମୁଖ୍ଯ ବନ ସଂରକ୍ଷକ (ପିସିସିଏଫ, ବନ୍ୟପ୍ରାଣୀ) ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ଯପ୍ରାଣୀ ସୁରକ୍ଷା ଆଇନ୍ ୧୯୭୨ ଅନୁଯାୟୀ ଦୋଷୀ ବିରୁଦ୍ଧରେ ଦ୍ରୁଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ଏହା ସହ ଗୁଳିବିଦ୍ଧ ଦନ୍ତାହାତୀର ମୃତ୍ୟୁ ଘଟଣାରେ ଟୁଇଟ୍ କରିଛନ୍ତି କେନ୍ଦ୍ର ପରିବେଶ ଓ ଜଙ୍ଗଲ ଓ ବିଭାଗ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ।
ରିପୋର୍ଟ ତଲବ ଉପରେ ପ୍ରତିକ୍ରିୟା ରଖି ପିସିସିଏଫ କହିଛନ୍ତି
ଆସନ୍ତାକାଲି ରିପୋର୍ଟ ଦିଆଯିବ। ଆମେ ହାତୀର ଯେଉଁଭଳି ଭାବେ ଚିକିତ୍ସା କରିଛୁ ସେ ଅନୁସାରେ ରିପୋର୍ଟ ଦେବୁ। ଯେଉଁ ମାନେ ଏହି ଘଟଣାରେ ସଂପ୍ରୁକ୍ତ ଅଛନ୍ତି ସେମାନଙ୍କୁ ଧରିବା ପାଇଁ କଣ କଣ ବ୍ୟବସ୍ଥା କରାଯାଇଛି ତାର ବିସ୍ତ୍ରୁତ ରିପୋର୍ଟ ଦିଆଯିବ। ଆଗରୁ ୨ ଟି ହାତୀର ଗଳିତ ମୃତଦେହ ମିଳିଥିଲା। ଗତକାଲି ଗୋଟେ ମିଳିଛି। ଅପରାଧି ଙ୍କୁ ଧରିବା ପାଇଁ ପଦକ୍ଷେପ ନିଆଯାଉଛି।