ସୁଇସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ରାଶି ୫୦% ବୃଦ୍ଧି

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସ୍ୱିଜରଲ୍ୟାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ବାର୍ଷିକ ପରିସଂଖ୍ୟାନ ଅନୁସାରେ ୨୦୨୧ରେ ଭାରତୀୟ କମ୍ପାନି ଏବଂ ଲୋକଙ୍କ ଦ୍ୱାରା ଜମା କରାଯାଇଥିବା ରାଶି ଚଳିତ ବର୍ଷ ୫୦ ପ୍ରତିଶତ ବୃଦ୍ଧି ପାଇ ୩୦,୫୦୦ କୋଟି ଟଙ୍କା ହୋଇଛି। ଏହି ଜମା ରାଶି ଗତ ୧୪ ବର୍ଷରେ ସର୍ବାଧିକ। ୨୦୨୦ରେ ଏହି ରାଶି ୨୦,୭୦୦ କୋଟି ଥିଲା। ଲଗାତାର ଦ୍ୱିତୀୟ ବର୍ଷରେ ଜମା ରାଶି ବୃଦ୍ଧି ପାଇଛି । ୪୪ତମ ସ୍ଥାନରେ ରହିଛି ଭାରତ ।

ପ୍ରକାଶଯୋଗ୍ୟ, ୨୦୨୦ ଶେଷ ସୁଦ୍ଧା ଜମା ପରିମାଣ ୨୦,୭୦୦ କୋଟି ଟଙ୍କା ଥିଲା । ଅନ୍ୟପକ୍ଷରେ, ଭାରତୀୟ ଗ୍ରାହକଙ୍କ ସଞ୍ଚୟ ତଥା ଜମା ଖାତାରେ ଜମା ପରିମାଣ ୭ ବର୍ଷର ସର୍ବୋଚ୍ଚ ସ୍ତର ୪,୮୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିବା ଜଣାପଡ଼ିଛି । ସ୍ୱିସ ନ୍ୟାସନାୟ ବ୍ୟାଙ୍କ (ଏସଏନବି) କହିଛି ୨୦୨୧ ଶେଷ ସୁଦ୍ଧା ଭାରତୀୟ ଗ୍ରାହକଙ୍କ ଲାଇବଲିଟ ୩୦,୮୩୯ କୋଟି ଟଙ୍କା ଥିଲା। ଏଥିରେ ୪,୮୦୦ କୋଟି ଟଙ୍କା ବ୍ୟାଙ୍କ ଖାତାରେ ଜମା କରାଯାଇଛି ।

୨୦୨୦ରେ ଏହି ରାଶି ୪୦୦୦ କୋଟି ଥିଲା । ୯, ୭୬୦ କୋଟି ଟଙ୍କା ଅନ୍ୟ ବ୍ୟାଙ୍କ ଗୁଡିକରେ ଜମା କରାଯାଇଥିଲା, ୨୦୨୦ରେ ଏହି ରାଶି ୩,୦୬୪ କୋଟି ଟଙ୍କା ଥିଲା । ୨.୪୦ କୋଟି ଟଙ୍କା ଟ୍ରଷ୍ଟ ଦ୍ୱାରା ଜମା କରାଯାଇଥିଲା। ବ୍ୟାଙ୍କ ଅନୁସାରେ ସବୁଠୁ ଅଧିକ ଟଙ୍କା ବଣ୍ଡ, ସିକ୍ୟୁରିଟି ଏବଂ ଅନ୍ୟ ମାଧ୍ୟମରେ ପ୍ରାୟ ୧୬,୦୦୦ କୋଟି ଜମା ହୋଇଛି। ୨୦୦୬ ମସିହାରେ ଭାରତୀୟମାନେ ସର୍ବାଧିକ ୫୨,୦୦୦ କୋଟି ଜମା କରିଥିଲେ । ଏହାପରେ ଏଥିରେ ହ୍ରାସ ଘଟିଥିଲା । ତେବେ ୨୦୧୧, ୨୦୧୩, ୨୦୧୭, ୨୦୨୦ ଏବଂ ୨୦୨୧ରେ ଏଥିରେ ବୃଦ୍ଧି ହୋଇଥିଲା । ଏଥିରେ କୁହାଯାଇଛି ଯେ ସମସ୍ତ ଚାରୋଟି କମ୍ପୋନେଣ୍ଟରେ ୨୦୧୯ ଏବଂ ୨୦୨୦ରେ ହ୍ରାସ ହୋଇଥିଲା । ୨୦୨୧ରେ ଏଥିରେ ବୃଦ୍ଧି ଘଟିଛି।

Leave A Reply

Your email address will not be published.