ଆଠଗଡ(ଓଡ଼ିଆ ନ୍ୟୁଜ୍): ଆଠଗଡ ନରସିଂହପୁରରେ ଗୁଳିବିଦ୍ଧ ଦନ୍ତା ମୃତ୍ୟୁ ପରେ ଆକ୍ଟିଭ ମୋଡରେ ଆଠଗଡ ବନବିଭାଗ । ହାତୀ ହତ୍ୟାକାରୀଙ୍କୁ ଧରିବା ପାଇଁ ତଦନ୍ତକୁ ଯୋରଦାର କରିଛି । ବନ ବିଭାଗ ପକ୍ଷରୁ ଗଠନ କରାଯାଇଥିବା ସ୍ବତନ୍ତ୍ର ଟିମ୍ ୪ ଜଣଙ୍କୁ ଅଟକ ରଖି ଜେରା ଚଳାଇଛି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ସମ୍ପୃକ୍ତି ଥିବା ଜଣାପଡିବା ପରେ ଅନ୍ୟ ଜଣେ ଏଥିରେ ସମ୍ପୃକ୍ତ ନଥିବା ବନବିଭାଗ କରିଛି ।
ସେମାନେ ପୂର୍ବରୁ ମଧ୍ୟ ଏମିତି ଶୀକାର କରିଥିବା ବନ ବିଭାଗର ଜେରା ସମୟରେ ଜଣାପଡିଛି । ଦନ୍ତା ହାତୀକୁ ଦାନ୍ତ ଉଦ୍ଦେଶ୍ୟରେ ଗୁଳି କରାଯାଇଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ଦାନ୍ତ ନେବା ପାଇଁ ଦେଶୀ ବନ୍ଧୁକରେ ଗୁଳି କରାଯାଇଥିବା ଜଣାପଡିଛି। ୫ଟି ଜାଗାରେ ଗୁଳି କରାଯାଇଥିବା ବନ ବିଭାଗ ସ୍ପଷ୍ଟ କରିଛି ।