୯ ବର୍ଷର ଝିଅ ପାଇଁ ଟଣା ଓଟରା, ଜନ୍ମ ଦେଇଥିବା ବାପାମାଆ ଓ ପାଳିତ ମାଆଙ୍କ ଭିତରେ ବିବାଦ

0

ଭୁବନେଶ୍ବର(କେନ୍ୟୁଜ୍):  ୯ ବର୍ଷର ଝିଅ ପାଇଁ ଟଣା ଓଟରା । ଜନ୍ମ ଦେଇଥିବା ବାପାମାଆ ଓ ପାଳିତ ମାଆଙ୍କ ଭିତରେ ବିବାଦ । ଝିଅ କାହାର ? କାହା ପାଖରେ ରହିବ ? ଭୁବନେଶ୍ୱର ମୁଣ୍ଡାସାହିରୁ ଶିଶୁ କନ୍ୟାକୁ ଉଦ୍ଧାର କରିଛି ମଞ୍ଚେଶ୍ୱର ଥାନା ପୋଲିସ । ଏହାପରେ ଶିଶୁଟିକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି । କେନ୍ଦ୍ରାପଡ଼ା ଅଞ୍ଚଳର ସନ୍ତୋଷ ପ୍ରଧାନ ଓ ମନ୍ଦୋଦରୀ ପ୍ରଧାନ ଶିଶୁ କନ୍ୟାକୁ ତାଙ୍କ ଝିଅ ବୋଲି ଦାବି କରୁଛନ୍ତି । ଝିଅଟିକୁ ପାଳିଥିଲେ ବାବୁଲି ବିଶୋଇ ଓ କୁନି ବିଶୋଇ । ଅଭିଯୋଗ ହୋଇଛି, ସେମାନଙ୍କର ୯ ବର୍ଷର ଝିଅ ବାବୁଲା ବିଶୋୟୀଙ୍କ ଘରେ ରହୁଥିଲା । ଝିଅକୁ ନ ଛାଡ଼ିବାରୁ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ ସନ୍ତୋଷ ।

ଉଦ୍ଧାର ଶିଶୁ କନ୍ୟାକୁ ପୋଲିସ ଚାଇଲ୍ଡ ଲାଇନକୁ ହସ୍ତାନର କରିଛି । ଏବେ ସେଲଟର୍‌ ହୋମରେ ଅଛି ଶିଶୁ କନ୍ୟା । ଆସନ୍ତାକାଲି ଶିଶୁ କଲ୍ୟାଣ କମିଟିର ଫୁଲବେଞ୍ଚରେ ଝିଅ କାହାର ଓ କାହା ପାଖରେ ରହିବ ନିଷ୍ପତ୍ତି ନିଆଯିବ । ଝିଅ କାହାର ହେବ ଓ କେଉଁଠି ରହିବ ? କିଏ କହୁଛି ସତ ? କଣ ହେବ ଝିଅର ଭବିଷ୍ୟତ ? ବିବାଦ ଆଗକୁ କି ମୋଡ଼ ନେବ ଓ ସିଡବ୍ଲ୍ୟୁସିର ନିଷ୍ପତ୍ତି ଉପରେ ଏବେ ସମସ୍ତଙ୍କର ନଜର ।

Leave A Reply

Your email address will not be published.