ସମ୍ୱଲପୁର(ଓଡ଼ିଆ ନ୍ୟୁଜ୍): ସମ୍ବଲପୁର ବନଖଣ୍ଡ ପଡିଆବାହାଲ ରେଂଜ ସାପଲହରା ଗାଁ ପୋଖରୀରରେ ଫସିଥିବା ହାତୀର ସ୍ୱାସ୍ଥ୍ୟାସ୍ତାରେ ଆସୁନି ସୁଧାର। ଅଧାପାଣି ଓ କାଦୁଅରେ ଚାଲିଛି ହାତୀର ଚିକିତ୍ସା । ଗତକାଲିଠାରୁ ସାଲାଇନ ଲଗାଇବା ଆରମ୍ଭ କରିଛି ବନ ବିଭାଗ । ଭୁବନେଶ୍ଵର OUAT ର ବିଶେଷଜ୍ଞ ଟିମ, ନନ୍ଦନକାନନ ଓ ସାତକୋଶିଆ ବିଶେଷଜ୍ଞ ଟିମ, ସମ୍ବଲପୁର ଓ ବୁର୍ଲା ଟିମ ମଧ୍ୟ ଆସି ଘଟଣା ସ୍ଥଳରେ ପହଞ୍ଚି ଅସୁସ୍ଥ ହାତିର ଚିକିତ୍ସା କରିଛନ୍ତି । ହେଲେ ଚିକିତ୍ସାରେ ବିଳମ୍ବ ଯୋଗୁଁ ହାତୀଟି ସୁସ୍ଥ ହୋଇ ପାରିନି ।
୩ ଦିନ ପରେ ସମ୍ବଲପୁର ସାପଲହରା ପୋଖରୀରେ ଅସୁସ୍ଥ ହୋଈ ଫସି ରହିଥିବା ଦନ୍ତାହାତୀର ଗତକାଲି ଚିକିତ୍ସା ଆରମ୍ଭ ହୋଇଥିଲା ।