ଅନୁଭବଙ୍କ ବିରୁଦ୍ଧରେ ପୁଣି କୋର୍ଟର ଦ୍ବାରସ୍ଥ ହେଲେ ବର୍ଷା, ଅଦାଲତ ଅବମାନନା ମାମଲା କଲେ ଦାୟର

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ବର୍ଷା ଅନୁଭବ ବିବାଦ ପ୍ରସଙ୍ଗ ସହିତ ଆଜି ଆଉ ଏକ ଅଦାଲତି ମାମଲା ଯୋଡ଼ି ହୋଇ ଯାଇଛି। ଅନୁଭବଙ୍କ ବିରୁଦ୍ଧରେ ଆଜି ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ଦାୟର କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ। ଅନୁଭବ କୋର୍ଟଙ୍କ ନିର୍ଦେଶକୁ ଉଲଘଂନ କରିଥିବାର ମାମଲାରେ ଦର୍ଶାଯାଇଛି । ଅଦାଲତଙ୍କ କଟକଣା ସତ୍ୱେ, ଅନୁଭବ ସୋସିଆଲ ମିଡିଆରେ ମତ ରଖିଥିବା ନେଇ ବର୍ଷା ନିଜ ପିଟିସନରେ ଉଲ୍ଲେଖ କରିଛନ୍ତି । ଅବଶ୍ୟ ପରସ୍ପରକୁ ଆକ୍ଷେପ ନକରିବା ଲାଗି ଗତ ମେ ୨୭ ତାରିଖରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏପରିକି ସୋସିଆଲ ମିଡିଆରେ ମତ ନରଖିବାକୁ ମଧ୍ୟ କୋର୍ଟ ତାଗିଦ୍ କରିଥିଲେ l ହାଇକୋର୍ଟଙ୍କ ଏଭଳି ନିର୍ଦ୍ଦେଶ ସତ୍ତ୍ୱେ ସାଂସଦ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ବିବାଦୀୟ ମତ ରଖିଥିବାରୁ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜ୍ଜୁ କରିବାଲାଗି ହାଇକୋର୍ଟରେ ଆବେଦନ କରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।

Leave A Reply

Your email address will not be published.