ଓଡିଆ ନ୍ୟୁଜ୍(ବ୍ୟୁରୋ): ଏଣିକି ତିନି ନୁହେଁ, ୬ ଜୋନ୍ ବିଶିଷ୍ଟ ହେବ ଭୁବନେଶ୍ୱର ମହାନଗର ନିଗମ । ତିନିଟି ନୂଆ ଜୋନ୍ ଗଠନ ପାଇଁ ଯୋଜନା କରିଛି ବିଏମ୍ସି । ବର୍ତ୍ତମାନ ଉତ୍ତର, ଦକ୍ଷିଣ ପୂର୍ବ, ଦକ୍ଷିଣ ପଶ୍ଚିମ ତିନିଟି ଜୋନ୍ ରହିଛି । ଆଉ ତିନିଟି ନୂଆ ଜୋନ କେଉଁ କେଉଁ ୱାର୍ଡକୁ ନେଇ ଗଠିତ ହେବ ତାହା ଏଯାଏ ସ୍ପଷ୍ଟ ହୋଇନି । ଲୋକଙ୍କ ପାଖରେ ସହଜରେ ଓ ସୁବିଧାରେ ସେବା ପହଞ୍ଚାଇବା ଲକ୍ଷ୍ୟ ନେଇ ଏଭଳି ଯୋଜନା କରାଯାଇଛି । ଏଣିକି ଜୋନସ୍ତରରେ ସମସ୍ତ ସମସ୍ୟାର ସମାଧାନ କରିହେବ । ଜୋନାଲ ଅଫିସରଙ୍କ ହାତରେ ରହିବ ଦାୟିତ୍ୱ ଭାର । ଏନେଇ ରୂପରେଖ ପ୍ରସ୍ତୁତ ହେଉଥିବା କହିଛନ୍ତି ମେୟର ସୁଲୋଚନା ଦାସ ।