କେନ୍ଦ୍ର ସରକାର ଟଙ୍କାକୁ ନିଜ ପାଣ୍ଠି କହି ଖର୍ଚ୍ଚ କରୁଛି ବିଜେଡ଼ି, ୨୦୨୪ରେ ଏହାର ଦୃଢ ଜବାବ ଦେବାକୁ ବିଜେପି କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):    ଆଜି ଅନୁଷ୍ଠିତ ହୋଇଯାଇଛି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ। ୨୦୨୪ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ କରିଛି ରୋଡମ୍ୟାପ୍। ବିଜେପି ର ଭବିଷ୍ଯତ କାର୍ଯ୍ୟପନ୍ଥା ଉପରେ ମଧ୍ଯ ଏହି ବୈଠକ ରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ଓ ବିଚାରବିମର୍ଶ ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ସମସ୍ତ କଲ୍ୟାଣ କାରୀ ଯୋଜନା ଯେଭଳି ଲୋକଙ୍କ ପାଖରେ ଅଧିକରୁ ଅଧିକ ପହଞ୍ଚାଯାଇପାରିବ ସେ ଉପରେ ଗୁରୁତ୍ବାରୋପ କରାଯାଇଥିଲା।

ଆଜିର ଏହି କାର୍ଯ୍ୟକାରିଣୀ ବୈଠକରେ ଆସନ୍ତା ୩ ମାସ ପାଇଁ ଦଳ ପ୍ରସ୍ତୁତ କରିଛି ରାଜନୈତିକ ଚିଠା ପ୍ରସ୍ତାଵ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡିଶାର ବିକାଶ ପାଇଁ ପର୍ଯ୍ୟାପ୍ତ ପରିମାଣ ଟଙ୍କା ଦେବା ଏବଂ କେନ୍ଦ୍ର ସରକାରଙ୍କ ପଇସା କୁ ରାଜ୍ୟ ସରକାର ନିଜର କହି ଖର୍ଚ୍ଚ କରିବା । ଏହା ସହ ଯେଉଁ ଟଙ୍କା ଆସୁଛି ତାକୁ ଲୋକଙ୍କ ପାଖରେ ପହଞ୍ଚାଇ ରାଜ୍ୟର ବିକାଶ କରିବା ଦିଗରେ ଓଡିଶା ସରକାର ବାଧକ ସାଜିବା । ବିନା କୌଣସି ଭିଜନ୍ ରେ ରାଜ୍ୟ ସରକାର ୨୩ ବର୍ଷ ହେଲା ଶାସନ କରିଆସୁଛନ୍ତି । ଓଡ଼ିଶାର ବିକାଶ ବିଜୁ ଜନତା ଦଳର ଭିଜନ ନୁହେଁ ବରଂ କଳେ ବଳେ କୌଶଳ କ୍ରମେ କ୍ଷମତା ରେ ରହିବା ହେଉଛି ବିଜୁ ଜନତା ଦଳର ଭିଜନ । ରାଜ୍ୟରେ ଦୁର୍ନୀତି ଚରମ ସୀମାରେ ପହଁଚିଛି । ଚାଷୀଙ୍କ ଆୟ ତଳ ଆଡୁ ଦୁଇ ନମ୍ବରରେ ରହିଛି ଓଡିଶା । ପିଏମ କିଷାନ ଯୋଜନାରେ ଓଡ଼ିଶାର ଚାଷୀ ଲାଭ ପାଇ ପାରୁ ନାହାନ୍ତି । ରାଜ୍ୟ ସରକାର ବାଧକ ସାଜିଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 100 ଟଙ୍କା ବଢାଇଲେ ହେଲେ ଓଡ଼ିଶାର ଚାଷୀ ତାହା ପାଉ ନାହାନ୍ତି । ଏଠି ମିଲର ଓ ସରକାରଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ହେଉଛି । ପକ୍କା ଘର ଦଳୀୟ ଭତିରେ ବଣ୍ଟା ଯାଉଛି । ପୂର୍ବରୁ ମହାନଦୀ ମହାନାଟକ ରଚିଥିଲା ବିଜେଡି । ନିର୍ବାଚନ ରେ ବିଜେପି କୁ ବଦନାମ କରିବା ପାଇଁ ଯୋଜନା କରିଥିଲା ଆଉ ନିର୍ବାଚନ ସରିବା ପରେ ବିଜେଡି ଚୁପ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ୫ ବର୍ଷରେ ୨୭ ହଜାର ଶିଶୁ ନିଖୋଜ ହୋଇଛନ୍ତି । ମମିତା ମେହେର, ପରି ଓ ମାହାଙ୍ଗା ଭଳି ଘଟଣାରେ ସରକାରଙ୍କ ମନ୍ତ୍ରୀ ମାନଙ୍କ ନାଁ ଆସିଲା ସରକାର ବହୁ ବିଳମ୍ବରେ କେବଳ ତାଙ୍କୁ ମନ୍ତ୍ରୀ ମଣ୍ଡଳୀରୁ ବାହାର କଲେ । ମାତ୍ର ସେହି ଘଟଣା ସେମିତି ରହିଗଲା ।

ବିଦ୍ୟୁତ ବ୍ୟବସ୍ଥାରେ ଲୋକଙ୍କୁ ଶୋଷଣ, ଶିକ୍ଷା ବ୍ୟବସ୍ଥା ଧ୍ଵସଁ ହୋଇଛି, ଓଡିଶା କୁପୋଷଣ ର ଶିକାର ହୋଇଛନ୍ତି, ଓବିସି ବର୍ଗଙ୍କ ପ୍ରତି ଚରମ ଅବହେଳା କରାଯାଇଛି । ରାଜ୍ୟ ରହିଛି ତାହା ବଗାଁ ଗାଁ ରେ ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହେଉଛି, ଲଘୁ ଖଣିଜ ଦ୍ରବ୍ୟ ହରିଲୁଟ ହେଉଛି, ପାନୀୟ ଜଳ ମିଶନ ରେ।କେନ୍ଦ୍ର ସରକାର ପର୍ଯ୍ୟାପ୍ତ ଟଙ୍କା ଦେବା ସତେ ୪୨ ପ୍ରତିଶତ ଘରକୁ ପିଇବା ପାଣି ଯୋଗାଇ ଦେଲେ ନାହିଁ ରାଜ୍ୟ ସରକାର । ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ, ମହିଳା ଶାସକ୍ତି କରଣ କେବଳ ପ୍ରଚାର ରେ ଅଟକିଛି । ନିଯୁକ୍ତି ଶୁନ୍ୟ । ଓଡ଼ିଆ ଶ୍ରମିକ ଗୁଜୁରାଟ ଭଳି ସହର ଗଢ଼ୁଥିବା ବେଳେ ଏଠି ତାଙ୍କ ଜ୍ଞାନ କୁ ଉପଯୋଗ କରାଯାଉ ନାହିଁ । ରାଜ୍ୟର ମନ୍ତ୍ରୀ ମାନେ ଶିଳ୍ପ ସଂସ୍ଥା ମାନଙ୍କର କେବଳ ଦଲାଲି କରିବାରେ ବ୍ୟସ୍ତ । ଆସନ୍ତା ଦିନରେ ରାଜ୍ୟରେ ଯେଉଁ ଦୁର୍ନୀତି,ବ୍ୟଭିଚାର, ଭ୍ରଷ୍ଟାଚାର, ଚାଲିଛି ତାହା ବିରୁଦ୍ଧରେ ଜନ ଆନ୍ଦୋଳନ ସୃଷ୍ଟି କରିବ ରାଜ୍ୟ ବିଜେପି । ଓଡ଼ିଶାର ହକ ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ଲଢେଇ କୁ ଜୋରଦାର କରିବ ଭାରତୀୟ ଜନତା ପାର୍ଟି

ପ୍ରଧାନମନ୍ତ୍ରୀଙ୍କ ୮ ବର୍ଷ କାର୍ଯ୍ୟକାଳ ଓଡିଶା ପାଇଁ ସୁବର୍ଣ୍ଣ ସମୟ । ଏହି ସମୟ ମଧ୍ୟରେ ସେବା,ସୁଶାସନ ଏବଂ ଗରିବ କଲ୍ୟାଣର ପ୍ରୟୋଗ ଶାଳ ହୋଇଛି । ସାଢ଼େ ଚାରିକୋଟି ଓଡ଼ିଆ ଲୋକଙ୍କ ଆଶା ଆକାଂକ୍ଷା କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂରଣ କରିଛନ୍ତି । ଜଣେ ଓଡ଼ିଆ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପ୍ରାଥି ଭାବେ ବାଛିଛନ୍ତି ।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ଅଗ୍ନୀବିର ଯୋଜନା ଭଳି ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଛି । ଏହା ବାଦ ଆକାଂକ୍ଷା ଜିଲ୍ଲା ତାଲିକାରେ ଓଡ଼ିଶାର ୧୦ ଜିଲ୍ଲା ସାମିଲ ହୋଇଛି, ଉଡାଣ ଯୋଜନାରେ ଜୟପୁର, ଝାରସୁଗୁଡା ଓ ରାଉରକେଲା ସହର କୁ ସାମିଲ କରାଯାଇଛି, ପିଏମ ଗତି ଯୋଜନାରେ ଓଡିଶାକୁ ପ୍ରାଧାନ୍ୟ ମିଳିଛି । ଭାରତ ମାଳା ଓ ସାଗର ମାଳା ପ୍ରକଳ୍ପ ଦ୍ବାରା ଓଡ଼ିଶାଟ ପର୍ଯ୍ୟଟନ ଓ ଅର୍ଥନୀତି ର ବିକାଶ ଦିଗରେ ନିଆଯାଇଛି ବଡ଼ ନିଷ୍ପତ୍ତି, ଫନି, ଅମ୍ଫାନ, ହୁଡହୁଡ଼, ୟସ୍ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ଼ିଶା ସହିତ ଛିଡା ହୋଇଛନ୍ତି ମୋଦୀ ସରକାର । ଏଥି ସହିତ ୧୮୧୭ ପାଇକ ବିଦ୍ରୋହକୁ ଜାତୀୟ ମାନ୍ୟତା ସହ ପାଠ୍ୟ ପୁସ୍ତକ ରେ ସାମିଲ । ଖୋର୍ଦ୍ଧା ବରୁଣେଇ ରେ ପାଇକ ସ୍ମାରକୀ ଶିଳାନ୍ୟାସ ଏବଂ ୨୦୦ କୋଟି ର ସହାୟତା । ୩ ଜଣ ଓଡ଼ିଆ ଙ୍କୁ ରାଜ୍ୟପାଳ ଦାୟିତ୍ୱ, ୫ ଜଣ ଙ୍କୁ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସାମିଲ,ବହୁବିଶିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କୁ ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମଭିଭୂଷଣ ଭଲି ପୁରସ୍କାର ଏବଂ ସାହିତ୍ୟ ଏକାଡିମ ପୁରସ୍କାର, ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର, ଆଇଏମଡ଼ି ନିର୍ଦ୍ଦେଶକ, ଏନ ବିଆଇ ନିର୍ଦେଶକ, ଏନଡ଼ିଆରଫ ଡ଼ିଜି ଏବଂ ସେନା ବାହୀନି ରେ ଓଡିଆ ଗୁରୁତ୍ୱପୂର୍ଣ୍ଣ ପଦବୀ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟ କାର୍ଯ୍ୟ କାରିଣୀରେ ଧନ୍ୟବାଦ ଦିଆଯାଇଛି ।

ବିଜେପିର କାର୍ଯ୍ୟକାରିଣୀ ପ୍ରତି ତିନି ମାସରେ ଥରେ ବସିଥାଏ। ଚଳିତ ବୈଠକ ବହୁ ଗୁରୁତ୍ବପୂର୍ଣ୍ଣ ଥିଲା। ଚିଠା ପ୍ରସ୍ତାବ ମାଧ୍ୟମରେ ଆଗାମୀ ତିନିମାସ ପାଇଁ କାର୍ୟ୍ଯ ପନ୍ଥା ନିର୍ଧାରଣ କରିଛି।ଆଜି ହୋଇଥିବା ଏହିଁ କାର୍ଯ୍ୟକାରିଣୀ ବୈଠକ ରେ ବିଜେପି ସଭାପତି ସମିର ମହାନ୍ତି, ସହାପ୍ରଭାରୀ ବିଜୟ ପାଲ ସିଂ ତୋମାର, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କେନ୍ଦ୍ରମନ୍ତ୍ରୀ ବିଶ୍ୱେଶର ତୁଡ୍ଡୁ ସହ ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ

Leave A Reply

Your email address will not be published.