ଆମେରିକାରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି l ଗତ ଶନିବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫୋନ ଯୋଗେ ମୋଦୀଙ୍କ ସହ ଆଲୋଚନା କରିଥିଲେ l ଏହି ଆଲୋଚନାରେ ହାଇଡ୍ରୋକ୍ସି କ୍ଳୋରୋକୁଇନ ଔଷଧ ପଠାଇବା ପାଇଁ ମୋଦୀଙ୍କୁ ଅନୁରୋଧ କରିଥିଲେ ଟ୍ରମ୍ପ l ଏହାପରେ ପଡୋଶୀଙ୍କୁ ସହଯୋଗ ଏବଂ ମାନବିକତାକୁ ପ୍ରାଥମିକତା ଦେଇ ଭାରତ ଆମେରିକାକୁ ହାଇଡ୍ରୋକ୍ସି କ୍ଳୋରୋକୁଇନ ପଠାଇବ ବୋଲି ଭାରତ କହିଛି l
ଏହାକୁ ନେଇ ଭାରତକୁ ଧନ୍ୟବାଦ ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ l ବୁଧବାର ଟୁଇଟ କରି ଟ୍ରମ୍ପ କହିଛନ୍ତି ଭାରତ ପ୍ରତି ମୁଁ ମୋର କୃତଜ୍ଞତା ଅର୍ପଣ କରୁଛି l ଭାରତର ସାହାଯ୍ୟକୁ କେବେ ଭୁଲି ହେବ ନାହିଁ l ଏଭଳି ସହଯୋଗ କରି ଭାରତ ମାନବିକତାର ପରିଚୟ ଦେଇଛି ପ୍ରଧାନମନ୍ତ୍ରୀ ମୋଦୀ ଓ ଭାରତୀୟଙ୍କୁ ମୁଁ ଧନ୍ୟବାଦ ଦେଉଛି l