ଓଡିଆ ନ୍ୟୁଜ୍(ବ୍ୟୁରୋ): ଗୃହରେ ଉଠିଲା ବିଜେବି କଲେଜ ରାଗିଂ ପ୍ରସଙ୍ଗ । ପ୍ରଶ୍ନକାଳ ଆରମ୍ଭରୁ ରାଗିଂ ପ୍ରସଙ୍ଗକୁ ନେଇ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ନାରାବାଜି । ଗୃହର ମଧ୍ୟଭାଗରେ ବିରୋଧୀଙ୍କ ହଟ୍ଟଗୋଳ । ହଟ୍ଟଗୋଳ ପାଇଁ ଦିନ ସାଢ଼େ ଏଗାରଟା ଯାଏ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି । ପ୍ରଶ୍ନକାଳକୁ ବାତିଲ କରି ରୁଚିକା ଆତ୍ମହତ୍ୟା ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି ବିରୋଧୀ ଦାବି କରିଥିଲେ । ଏହାପରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବିବୃତି ରଖିବାକୁ ବାଚସପ୍ତି ନିର୍ଦ୍ଦେଶ ଦେଇଛନ୍ତି। ଗୃହକାର୍ଯ୍ୟ ଶେଷ ହେବା ପୂର୍ବରୁ ବିବୃତି ରଖିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି। ଶୂନ୍ୟକାଳରେ ପୁଣିଥରେ ଉଠିଲା ରୁଚିକା ମହାନ୍ତି ପ୍ରସଙ୍ଗ । ସିବିଆଇ ତଦନ୍ତ ଦାବି କଲା ବିଜେପି । ଏହା ଏକ ସ୍ପର୍ଶକତାର ବିଷୟ ବୋଲି ବିଜେପି କହିଛି। କେଉଁ ୩ ଜଣ ସିନିୟର ଚାପ ପକାଉଥିଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ଅନ୍ୟପଟେ ଏହି ସମ୍ବେଦନଶୀଳ ଘଟଣାରେ ସରକାର ହସ୍ତକ୍ଷେପ କରନ୍ତୁ । କଲେଜ କର୍ତ୍ତୃପକ୍ଷ ଓ ଅଭିଭାବକଙ୍କୁ ଡକାଇ କମିଟିକୁ ଦାୟିତ୍ୱ ଦିଆଯାଉ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ।
ବିଧାନସଭା ସଭାରେ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ନାରାବାଜି କରିବା ନେଇ ବିଜେପିର ପ୍ରତିକ୍ରିୟା। ଏହା ଅତି ସମ୍ବେଦନଶୀଳ ଘଟଣା ଏହା ଉପରେ ଆଲୋଚନା ଲାଗି ଆମେ ବାଚସ୍ପତିଙ୍କ ଠାରେ ଦାବି ରଖିଥିଲୁ। ହେଲେ ସେ ଶୁଣିଲେନି। ରୁଚିକା ମହାନ୍ତି ଆତ୍ମହତ୍ୟା କେବଳ ବିଜେପି କଲେଜ ଘଟଣା ନୁହେଁ ସାରାରାଜ୍ୟରେ ଏମିତି ଘଟଣା ଘଟୁଛି। ଏହା ଅତି ସମ୍ବେଦନଶିଳ ଘଟଣା ହୋଇଥିବାରୁ ଆମେ ଦାବି କରିଥିଲୁ ପ୍ରଶ୍ନ କାଳ ବାତିଲ କରି ଏହା ଉପରେ ସ୍ୱତନ୍ତ୍ର ପ୍ରସ୍ତାବ ଆଣି ଆଲୋଚନା କରିବାକୁ। ହେଲେ ବାଚସ୍ପତି ନ ଶୁଣିବାରୁ ଆମେ ବାଧ୍ୟ୍ୟ ହୋଇ ନାରବାଜି କରିଥିଲୁ। ବିରୋଧୀ ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇ ପାରି ଥାନ୍ତେ । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଥିଲା କିନ୍ତୁ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗ ଉଠାଇ ପ୍ରଶ୍ନକାଳ ଚଳେଇ ଦେଲେ ନାହିଁ । ମୁଖ୍ୟମନ୍ତ୍ରୀ କାହାକୁ କ୍ଷମା କରନ୍ତି ନାହିଁ । ଆଇନ ତା ବାଟରେ ଯାଏ । ଏଠି ମଧ୍ୟ ଆଇନ ତା ବାଟରେ ଯିବ ।