ସାରା ଭାରତରେ ବିଜୁଳି ଯୋଗାଣ ଦର ଓଡ଼ିଶାରେ କମ ରହିଛି, ଆବଶ୍ୟକ ନଥିଲେ ବିଦ୍ୟୁତ କାଟ ହେଉନାହିଁ : ଶକ୍ତିମନ୍ତ୍ରୀ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ବିଜୁଳି ସଙ୍କଟ ନାହିଁ। ଏପ୍ରିଲ 25ରୁ ଆଉ ବିଜୁଳି କାଟ ହେଉନି। ପୂର୍ବରୁ ମାତ୍ର 10ରୁ 12 ଦିନ ପିକ ସମୟରେ ଅଧ ଘଣ୍ଟାଏ ରୁ ଘଣ୍ଟାଏ ବିଜୁଳି କାଟ ହେଉଥିଲା। ସାରା ଭାରତରେ ବିଜୁଳି ଯୋଗାଣ ଦର ଓଡ଼ିଶାରେ କମ ରହିଛି। ଆଜି ବିଜୁଳି ସମ୍ପର୍କିତ ମୁଲତବୀ ଆଲୋଚନା ବେଳେ ଏହି ସୂଚନା ଦେଇଛନ୍ତି ଶକ୍ତିମନ୍ତ୍ରୀ। ରାଜ୍ୟରେ ଘନ ଘନ ବିଜୁଳି କାଟ ହେଉଛି। ଖରାଦିନ ସ୍ଥିତି ଆହୁରି ଖରାପ ଥିଲା। ବିଜୁଳି କାଟ ଯୋଗୁ ଲୋକେ ହନ୍ତସନ୍ତ ହେଉଛନ୍ତି। ସେପଟେ ୟୁନିଟ ପିଛା ଦରକୁ ନେଇ ମଧ୍ୟ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଦିଲ୍ଲୀ,ପଞ୍ଜାବ ଭଳି ମାଗଣାରେ ବିଜୁଳି ମିଳୁଛି। ଓଡ଼ିଶାରେ ବିଜୁଳି ଉତ୍ପାଦନ ହେଉଛି କିନ୍ତୁ ଉପଭୋକ୍ତାଙ୍କୁ ଚଢା ଦରରେ ବିଜୁଳି ମିଳୁଛି। ଆଜି ବିଜୁଳି ସମ୍ପର୍କିତ ମୁଲତବୀ ଆଲୋଚନା ବେଳେ ଏ ସମସ୍ତ ଅଭିଯୋଗ ଆଣିଥିଲେ ବିରୋଧୀ।

ସେପଟେ ବିରୋଧୀଙ୍କ ଜବାବରେ ଶକ୍ତିମନ୍ତ୍ରୀ କହିଛନ୍ତି, ସାରା ଦେଶରେ ଶକ୍ତି ସଙ୍କଟ ଦେଖାଦେଇଥିବା ସମୟରେ ପିକ ସମୟରେ ଓଡ଼ିଶାରେ ଅଧ ଘଣ୍ଟାଏ ରୁ ଘଣ୍ଟାଏ ବିଜୁଳି କାଟ ହେଉଥିଲା। କିନ୍ତୁ ଏପ୍ରିଲ 25 ପରେ ଆଉ ବିଜୁଳି କାଟ ହେଉନି। ସାରା ଦେଶରେ ବିଜୁଳି ଯୋଗାଣ ଦର ଓଡ଼ିଶାରେ କମ ରହିଛି ବୋଲି ଶକ୍ତିମନ୍ତ୍ରୀ କହିଛନ୍ତି। ରାଜ୍ୟରେ ବିଜୁଳି ଉପଭୋକ୍ତାଙ୍କ ସଂଖ୍ୟା 16 ପ୍ରତିଶତ ବୃଦ୍ଧି ପାଇ 96 ଲକ୍ଷ ହୋଇଛି। ଗତ ୩ମାସ ଏପ୍ରିଲ ରୁ ଜୁନ ଭିତରେ ବିଜୁଳି ଚାହିଦା 23 ପ୍ରତିଶତ ବଢିଛି। ଏସବୁ ସତ୍ତ୍ୱେ ରାଜ୍ୟ ସରକାରଙ୍କ ଉତ୍ତମ ପରିଚାଳନା ଯୋଗୁଁ ନିରବଚ୍ଛିନ୍ନ ଭାବେ ବିଜୁଳି ଯୋଗାଇ ଦେଇ ଆସୁଛନ୍ତି ରାଜ୍ୟ ସରକାର।

Leave A Reply

Your email address will not be published.