ଅଭିନେତ୍ରୀ ରଶ୍ମିଙ୍କ ପରେ ତାଙ୍କ ବୟ ଫ୍ରେଣ୍ଡଙ୍କ ଆତ୍ମହତ୍ୟା, ସୁଇସାଇଡ଼ ନୋଟରେ ଲେଖିଲେ ମୁଁ ମୁକାବିଲା କରିପାରୁ ନାହିଁ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଟେଲି ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ଘଟଣାରେ ନୂଆ ମୋଡ଼। ସ୍ୱାମୀରପରିଚୟ ଦେଇ ରହୁଥିବା ସନ୍ତୋଷ ପାତ୍ରଙ୍କ ଝୁଲନ୍ତା ମୃତ ଦେହ ଠାବ I ଗତ 18 ତାରିଖରେ ରଶ୍ମିରେଖା ଆତ୍ମହତ୍ୟା କରିଥିବା ବେଳେ,18 ଦିନ ପରେ ସନ୍ତୋଷ ବି ଆତ୍ମହତ୍ୟା କଲେ Iରାଉରକେଲା ବାସନ୍ତୀକଲୋନୀରୁ ସନ୍ତୋଷଙ୍କ ମୃତଦେହକୁ ଜବତ କରିଛି ଉଦିତନଗର ଥାନା ପୁଲିସ I

ରଶ୍ମିରେଖା ମୃତ୍ୟୁ ମାମଲାରେ ପୂର୍ବତନ ପୁରୁଷ ବନ୍ଧୁ ରାଜା ଓ ସନ୍ତୋଷଙ୍କୁ ନୟାପଲ୍ଲୀ ଥାନା ପୁଲିସ ପଚରା ଉଚରା କରି ତାଙ୍କ ବୟାନ ରେକର୍ଡ କରିଥିଲା Iତେବେ ଲିଭ-ଇନରେ ସ୍ୱାମୀର ପରିଚୟ ଦେଇ ରହୁଥିବା ସନ୍ତୋଷ କାହିଁକି ଆତ୍ମହତ୍ୟା କଲେ ସେନେଇ ତଦନ୍ତ ଆରମ୍ଭ ହୋଇଛି I

ଅନ୍ୟପଟେ ସନ୍ତୋଷଙ୍କ ମୃତ ଦେହ ନିକଟରୁ ମିଳିଛି ସୁଇସାଇଡ ନୋଟ୍। ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି। ଏହି ନିଷ୍ପତି ମୁଁ ନିଜେ ହୋସରେ ଥାଇ ନେଇଛି।ମୁ ଆଉ ମୁକାବିଲା କରିପାରୁ ନାହିଁ। ମୋ ବାପା ମା ମୋର ରଶ୍ମି ସହ ସମ୍ପର୍କ ନେଇ ଜାଣି ନାହାନ୍ତି। ତେଣୁ ତାଙ୍କୁ ଏଥିରୁ ବାଦ ରଖାଯାଉ। ମା ବାପା ଓ ଦିଦି ଙ୍କୁ ଅନେକ ଭଲପାଇବା। ନିଜର ଯତ୍ନ ନିଅନ୍ତୁ। ଶେଷରେ ରଶ୍ମିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ମୁଁ ତୁମକୁ ସବୁ ଦିନ ପାଇଁ ଭଲ ପାଏ ବୋଲି ନୋଟରେ ଉଲ୍ଲେଖ ରହିଛି।
ଇଂରାଜୀରେ ଏହି ସୁଇସାଇଡ଼ ନୋଟ ଲେଖିଛନ୍ତି। ପୋଲିସ୍ ଏହାକୁ ଜବତ କରିଛି।

ସେପଟେ ଏହି ଘଟଣାରେ ନୟାପଲ୍ଲୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ରଶ୍ମିରେଖା ମୃତ୍ୟୁ ପରେ ସନ୍ତୋଷଙ୍କୁ ପଚରା ଉଚରା କରି ଛାଡି ଦେଇଥିଲା ପୋଲିସ। ରଶ୍ମିରେଖା ଓଝା ଙ୍କ ଆତ୍ମହତ୍ୟା ସହିତ କୌଣସି ସଂଶ୍ଳିଷ୍ଟ ନଥିବାରୁ ପୋଲିସ ତାଙ୍କୁ ଛାଡି ଦେଇଥିଲା।ତା ପୂର୍ବରୁ ମଧ୍ୟ ପୂର୍ବତନ ପୁରୁଷ ବନ୍ଧୁ ରାଜାଙ୍କୁ ମଧ୍ୟ ପଚରା ଉଚରା କରି ଛାଡି ଥିଲା ପୋଲିସ।

 

Leave A Reply

Your email address will not be published.