କରୋନା ଭାଇରସ୍ ମୁକାବିଲା ପାଇଁ ରାଜ୍ୟ ସରକାର ଙ୍କ ତରଫରୁ କରୋନା ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଉଛି l ଏଥିପାଇଁ ଭୁବନେଶ୍ବରର 5 ଗୋଟି ସ୍କୁଲ କୁ ଚିହ୍ନଟ କରାଯାଇଛି l ସେହି ସ୍କୁଲ ଗୁଡିକ ହେଲା ଝାରପଡା ପ୍ରାଥମିକ ବିଦ୍ୟାଳୟ, ଚନ୍ଦ୍ରଶେଖର ସରକାରୀ ହାଇ ସ୍କୁଲ୍, ସହିଦନଗର ସରକାରୀ ହାଇ ସ୍କୁଲ, ଗଣ୍ଡମୁଣ୍ଡା ୟୁଜି ହାଇସ୍କୁଲ, ଓ ମମତାଜ ଅଲ୍ଲୀ ହାଇସ୍କୁଲ ରହିଛି l ଏହି ସବୁ ସ୍କୁଲ ମାନଙ୍କରେ କରୋନା ସନ୍ଦିଗ୍ଧ ଠାରୁ ନମୁନା ସଂଗ୍ରହ କରାଯାଉଛି l ଯେଉମାନଙ୍କ ଟ୍ରାଭେଲ ହିଷ୍ଟ୍ରୀ ଥିବା ଏବଂ ଯେଉଁମାନେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବେ ସେମାନଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବl ଉକ୍ତ ସ୍କୁଲ୍ ମାନଙ୍କରେ ମେଡିକାଲ ଟିମଙ୍କ ସହ ସ୍କୁଲ ର ଜଣେ ଶିକ୍ଷକ, ଜଣେ ସ୍ୱିପର, ଜଣେ ୱାଚ ମ୍ୟାନ୍ ରହିବେ l ଏହି ପ୍ରକ୍ରିୟା ସକାଳ 9 ରୁ ଆରମ୍ଭ ହୋଇ ମଧ୍ୟାହ୍ନ 12 ଏବଂ ଅପରାହ୍ନ 3 ଟାରୁ 5 ଟା ପର୍ଯ୍ୟନ୍ତ ନମୁନା ସଂଗ୍ରହ କରାଯିବ l ଏନେଇ ଗତକାଲି ଖୋର୍ଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଚିଠି ଲେଖିଥିଲେ ଜନ ସ୍ଵାସ୍ଥ୍ୟ ନିର୍ଦେଶକ l କରୋନା ପରୀକ୍ଷା ପାଇଁ ଆଜି ଠାରୁ ନମୁନା ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ l