ରାଜଧାନୀରେ MCA ଛାତ୍ରୀ ଆଶ୍ରିତା ସେନାପତି ଆତ୍ମହତ୍ୟା ମାମଲା: ବୟଫ୍ରେଣ୍ଡ ସତ୍ୟପ୍ରକାଶ ଦାସଙ୍କୁ ଗିରଫ କଲା ପୋଲିସ

0

ଭୁବନେଶ୍ବର(କେନ୍ୟୁଜ୍): ଏମସିଏ ଛାତ୍ରୀ ଆଶ୍ରିତା ସେନାପତି ଆତ୍ମହତ୍ୟା ମାମଲାରେ ବଡ଼ ଟୁଇଷ୍ଟ ।ତ୍ରିକୋଣୀୟ ପ୍ରେମ ପାଇଁ ଜୀବନ ହାରିଥିଲେ ଆଶ୍ରିତା । ପୁରୁଷ ବନ୍ଧୁ ସତ୍ୟପ୍ରକାଶ ଦାସ ଙ୍କୁ ଗିରଫ କରି ପଚରା ଉଚରା କରୁଛି ପୋଲିସ । ଆଜି ତାଙ୍କୁ କୋର୍ଟ ଚାଲାଣ କରିବ ପୋଲିସ । ଆଶ୍ରିତାଙ୍କୁ ୪ ତାରିଖ ଦିନ ମାଡ଼ ମାରିଥିଲେ ସତ୍ୟପ୍ରକାଶ । ଆଉ ଜଣେ ଯୁବକଙ୍କୁ ପ୍ରେମ କରୁଥିବା ସନ୍ଦେହ କରି ମାଡ଼ ମାରିଥିବା ସୁଇସାଇଡ଼ ନୋଟ ରେ ଲେଖିଥିଲେ ଆଶ୍ରିତା । ସେହି ଦିନ ହିଁ ସେ ଆତ୍ମହତ୍ୟା କରିଥିଲେ । ଆଜି ଆସିପାରେ ଆଶ୍ରିତା ଙ୍କ ପୋଷ୍ଟ ମୋଟମ ରିପୋର୍ଟ । ୨୦୧୪ ମସିହା ରେ ଉଭୟ ଭଲ ପାଇଥିଲେ । ଦୁଇ ଜଣ ଙ୍କ ଘର ଭଦ୍ରକ ଜିଲ୍ଲା ତିହିଡି ଗ୍ରାମରେ ।

ଆଚର୍ଯ୍ୟବିହାର ଏକ ଭଡା ଘରୁ ଆଶ୍ରିତାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଥିଲା ପୋଲିସ । ଘଟଣା ସ୍ଥଳରୁ ସୁଇସାଇଡ଼ ନୋଟ ଓ ମୋବାଇଲ ଜବତ ହୋଇଥିଲା । ସୁଇସାଇଡ଼ ନୋଟ ରେ ଆଶ୍ରିତା ଲେଖିଥିଲେ । ବାପା ମାଆ ମୋତେ କ୍ଷମା କରିଦେବେ । ଆପଣ ମାନେ ବହୁତ କଷ୍ଟ କରି ପାଠ ପଢେଇଥିଲ ହେଲେ ମୁଁ ତୁମ ମାନଙ୍କ ଆଶା ପୁରଣ କରିପାରିନି । ତେବେ ଏଠି ପ୍ରଶ୍ନ ଉଠୁଛି ଆଶ୍ରିତା ସତ୍ୟପ୍ରକାଶ ଙ୍କୁ ଛାଡି କାହାକୁ ଭଲ ପାଇଥିଲେ ? ତ୍ରିକୋଣୀୟ ପ୍ରେମ ପାଇଁ ଆଶ୍ରିତା ଆତ୍ମହତ୍ୟା କରିଛନ୍ତି ଆଉ କିଛି କାରଣ ରହିଛି ? ଏସବୁର ତଦନ୍ତ କରୁଛି ସହିଦନଗର ଥାନା ପୋଲିସ ।

 

Leave A Reply

Your email address will not be published.