ମିଡିଆକୁ ଡରୁଛି ଗଣଶିକ୍ଷା ବିଭାଗ: ସ୍କୁଲ କ୍ୟାମ୍ପସ ଭିତରକୁ ଗଣମାଧ୍ୟମକୁ ନପୁରେଇବାକୁ ଚିଠି

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଡିଇଓଙ୍କ ଅଜବ ଚିଠି। ସ୍କୁଲ କ୍ୟାମ୍ପସ ଭିତରକୁ ଗଣମାଧ୍ୟମକୁ ପୁରାଇ ଦିଅନି । ବିନା ଅନୁମତିରେ ସ୍କୁଲ କ୍ୟାମ୍ପସ୍‌ ଭିତରେ ପଶି ପିଲାମାନଙ୍କୁ କୌଣସି ପ୍ରଶ୍ନ ପଚାରି ପରିବେନି ଗଣମାଧ୍ୟମ ପ୍ରତିନିଧି । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଳକ୍‌ ଶିକ୍ଷାଧିକାରୀ ଏନେଇ ବ୍ଲକରେ ଥିବା ସବୁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଚିଠି କରିଛନ୍ତି । କିଛି ଗଣମାଧ୍ୟମ ପ୍ରତିନିଧି କ୍ୟାମେରା ଧରି ସ୍କୁଲ ଭିତରକୁ ପ୍ରବେଶ କରିବା ସହ ପିଲା ଓ ଶିକ୍ଷକଙ୍କୁ ପ୍ରଶ୍ନ ପଚାରୁଛନ୍ତି । ଏହା ଟିଭି ଓ ୱେବରେ ପ୍ରଦର୍ଶିତ ମଧ୍ୟ ହେଉଛି ।

ତେଣୁ ଏହାକୁ ଗୁରୁତର ଭାବେ ଗ୍ରହଣ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ କୌଣସି ଗଣମାଧ୍ୟମକୁ ଡିଇଓଙ୍କ ବିନା ଅନୁମତିରେ ପ୍ରବେଶ ନିଷେଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଏହି ପ୍ରସଙ୍ଗ ଉପରେ ଜବାବ ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ। କିଛି ସ୍ଥାନରେ ଗଣମାଧ୍ୟମର ଭୂମିକା ଅନାବଶ୍ୟକ ଠାରୁ ଅଧିକ ରହିଛି। ସ୍ୱୀକୃତିପ୍ରାପ୍ତ ଗଣମାଧ୍ୟମ ଛଡା ଅନେକ ଗୁଡିଏ ୱେବ ଚ୍ୟାନେଲ୍‌ ଅଛନ୍ତି ଯେଉଁମାନେ ଅନାବଶ୍ୟକ ଭାବେ ପିଲା ଓ ଶିକ୍ଷକ ମାନଙ୍କୁ ହଇରାଣ କରୁଛନ୍ତି। ଏସବୁକୁ ଦୃଷ୍ଟିରେ ରଖି BEO ମାନେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ମନ୍ତ୍ରୀ ସମୀର ଦାସ।

Leave A Reply

Your email address will not be published.