ଓଡିଆ ନ୍ୟୁଜ୍(ବ୍ୟୁରୋ): ଲଘୁଚାପ ପରେ ଲଘୁଚାପ। ଦକ୍ଷିଣ ଓଡିଶା ଉପରେ ଏକ ଲଘୁଚାପ କ୍ଷେତ୍ର ସ୍ରୁଷ୍ଟି ହୋଇଥିବା ବେଳେ ପାଣିପାଗ କେନ୍ଦ୍ର ର ସୂଚନା ଅନୁଯାୟୀ ଆସନ୍ତା ସପ୍ତାହ ରେ ଆଉ ଏକ ଲଘୁଚାପ କ୍ଷେତ୍ର ସ୍ରୁଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ସହିତ ଏବେ ସାରା ରାଜ୍ଯ ରେ ମୌସୁମୀ ସକ୍ରିୟ ରହିଥିବାରୁ ଆସନ୍ତା ୫ ଦିନ ଯାଏଁ ରାଜ୍ୟ ର ବିଭିନ୍ନ ଜିଲ୍ଲା ରେ ବର୍ଷା ଲାଗିରହିବ। ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବାକୁ ଥିବାରୁ ଆସନ୍ତା ୧୩ ତାରିଖ ଯାଏଁ ମତ୍ସ୍ଯଜୀବି ଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ଆସନ୍ତା ୧୨ ତାରିଖ ଯାଏଁ ରାଜ୍ୟ ର ଅନେକ ଯାଗାରେ ପ୍ରବଳ ବର୍ଷା ହେବାର ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ପ୍ରବଳ ବର୍ଷା ହେବାକୁ ଥିବା ଜିଲ୍ଲା ଗୁଡିକ ହେଲା କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା, ବଲାଙ୍ଗିର ଓ ବରଗଡ। ଏହି ସମସ୍ତ ଜିଲ୍ଲା ଗୁଡିକ ପାଇଁ ୟେଲୋ ଓ୍ବାରଣ୍ଣିଂ ଜାରି କରାଯାଇଛି। ଗତ ଜୁନ୍ ରେ ରହିଥିଲା ନିଅଣ୍ଟିଆ ବର୍ଷା। କିନ୍ତୁ ଜୁଲାଇ ଆରମ୍ଭ ସପ୍ତାହ ରୁ ହିଁ ରାଜ୍ୟ ରେ ଅତ୍ଯଧିକ ବର୍ଷା ହୋଇଛି।