ନିର୍ବାଚନ ୨୦୨୨: ହିମାଚଳ-ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଅଶୋକ ଗେହଲୋଟ୍ ଏବଂ ଭୁପେଶ ବାଗେଲଙ୍କୁ ପର୍ଯ୍ୟବେକ୍ଷକ ଭାବେ କଂଗ୍ରେସର ଦାୟିତ୍ଵ

0

ହିମାଚଳ ପ୍ରଦେଶ ଏବଂ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପର୍ଯ୍ୟବେକ୍ଷକ ଘୋଷଣା କରିଛି। ଦଳର ସଭାପତି ସୋନିଆ ଗାନ୍ଧୀ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଗୁଜରାଟର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି। ଏଥି ସହିତ ତାଙ୍କ ସହ ଦୁଇଜଣ ପର୍ଯ୍ୟବେକ୍ଷକ ମଧ୍ୟ ନିଯୁକ୍ତ ହୋଇଛନ୍ତି। ସେଥିମଧ୍ୟରୁ ଛତିଶଗଡ ମନ୍ତ୍ରୀ ଟି.ଏସ୍ ସିଂ ଦେଓ ଏବଂ ମହାରାଷ୍ଟ୍ରର ନେତା ମିଲିନ୍ଦ ଦେଓରାଙ୍କ ନାମ ରହିଛି।

ହିମାଚଳ ପ୍ରଦେଶରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରାଯାଇଛି। ତାଙ୍କ ସହ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଏବଂ ପଞ୍ଜାବର ବରିଷ୍ଠ ନେତା ପ୍ରତାପ ସିଂ ବାଜୱାଙ୍କୁ ପର୍ଯ୍ୟବେକ୍ଷକ କରାଯାଇଛି। ଗତ ଗୁଜୁରାଟ ବିଧାନସଭା ନିର୍ବାଚନରେ ​​ଗେହଲୋଟ୍ ବହୁତ ଭଲ ପ୍ରଦର୍ଶନ କରିଥିଲେ।

ଆସନ୍ତା କିଛି ମାସ ମଧ୍ୟରେ ଉଭୟ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ଦଳ ପ୍ରସ୍ତୁତି ଆରମ୍ଭ କରିଛି। ବର୍ତ୍ତମାନ ଗୁଜୁରାଟ ଏବଂ ହିମାଚଳ ପ୍ରଦେଶରେ ବିଜେପି କ୍ଷମତାରେ ଅଛି।

Leave A Reply

Your email address will not be published.