ମାନିଲେ ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ରାଜ୍ୟରେ ବଢୁନି ଚାଷିଙ୍କ ଆୟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମାନିଲେ ରାଜ୍ୟରେ ବଢ଼ୁନି ଚାଷୀ ଆୟ । ନାବାର୍ଡର 41ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ଏମିତି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ । ସେ କହିଛନ୍ତି, ଓଡ଼ିଶାରେ ମୋଟାମୋଟି ଭାବେ କୃଷି କ୍ଷେତ୍ରର ବିକାଶ ହୋଇଛି । କେନ୍ଦ୍ର ନିକଟରୁ ଅତୀତରେ କୃଷି ଲାଗି ରାଜ୍ୟ ପାଇଥିବା ବିଭିନ୍ନ ପୁରସ୍କାରରୁ ଏହା ପ୍ରମାଣିତ ହେଉଛି । ହେଲେ ଚାଷୀଙ୍କ ଆୟ ତଥା କୃଷିକ୍ଷେତ୍ର ଆୟ ବଢ଼ୁନି । ଯେତେ ଚେଷ୍ଟା କଲେ ବି ଏହା ପ୍ରାୟତଃ ଫ୍ଲାଟ ରହୁଛି । ଏବେ ଡିଜେଲ, ସାର, ବିହନ, ମଜୁରି ଦର ସବୁ ବଢ଼ିଚାଲିଛି । କିନ୍ତୁ ସେହି ହିସାବରେ ଚାଷୀ ତାର ଉତ୍ପାଦନରୁ ମୂଲ୍ୟ ପାଉନି । ତେଣୁ ଏହାକୁ ଆମ ବିଭାଗ ଗୁରୁତର ସହ ନେଇଛି । କେବଳ ଉତ୍ପାଦନ ବୃଦ୍ଧି ନୁହେଁ, ବରଂ ଉତ୍ପାଦନ ବୃଦ୍ଧି ସହ ଚାଷୀ ଆୟ ବୃଦ୍ଧିକୁ ଗୁରୁତ୍ୱ ଦିଆଯାଉଛି ।

ଏଥିଲାଗି କେବଳ କୃଷିକ୍ଷେତ୍ର ନୁହେଁ ବରଂ ମତ୍ସ୍ୟ ଓ ପଶୁସମ୍ପଦ କ୍ଷେତ୍ରର ବିବିଧକରଣ ଆବଶ୍ୟକ । ଏହାସହ କୃଷି କ୍ଷେତ୍ର ଲାଗି ବିଭିନ୍ନ କଞ୍ଚାମାଲର ଦର କମାଇବା ସହ ଅମଳ ବଢାଇବା ଦିଗରେ ଏବେ ରାଜ୍ୟ ସରକାର କାମ କରୁଛନ୍ତି । ନାବାର୍ଡ ର ୪୧ ତମ ପ୍ରତିଷ୍ଠା ଦିବସରେ କ୍ରୁଷିମନ୍ତ୍ରୀ,ଅର୍ଥମନ୍ତ୍ରୀ ଙ୍କ ସମେତ ଆରବିଆଇ ର ରିଜିଓନାଲ୍ ଡାଇରେକ୍ଟର ଙ୍କ ସମେତ ବହୁ ବରିଷ୍ଠ ଅଧୀକାରୀ ଯୋଗ ଦେଇଥିଲେ।

Leave A Reply

Your email address will not be published.