ରାଜ୍ୟରେ ବଢୁଛି ସଂକ୍ରମଣ: ଆସନ୍ତାକାଲି ଠାରୁ ୧୮ ରୁ ୫୯ ବୟସ ବର୍ଗଙ୍କୁ ମାଗଣା ଟିକାଦାନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆସନ୍ତାକାଲି ଠାରୁ 18 ରୁ 59 ବର୍ଗର ଲୋକଙ୍କୁ ମାଗଣା ଟୀକାକରଣ କୁ ନେଇ ପାରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଙ୍କ ସୂଚନା।

ଯେହେତୁ ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ବୃଦ୍ଧି ଘଟୁଛି ତେବେ ସମସ୍ତ ବର୍ଗର ଲୋକଙ୍କୁ ଟୀକାକରଣ ଉପରେ ଗୁରୁତୱ ଦିଆଯାଉଛି। 12 ରୁ 14 ବର୍ଷର ପିଲାଙ୍କର ପ୍ରଥମ ଡୋଜ 98% ଦ୍ୱିତୀୟ ଡୋଜ 72%। 15 ରୁ 17 ବର୍ଷ ପିଲାଙ୍କୁ ପ୍ରଥମ ଡୋଜ 92% ଏବଂ ଦ୍ୱିତୀୟ ଡୋଜ 82% ଟୀକାକରଣ କରାଯାଇଛି। 18 ରୁ ଅଧିକ ବର୍ଗର ଲୋକଙ୍କର 96% ପ୍ରଥମ ଡୋଜ ଏବଂ ଦ୍ୱିତୀୟ ଡୋଜ 90% ଟୀକାକରଣ ଦିଆସରିଛି।
ବର୍ତ୍ତମାନ ପ୍ରିକସନ ଡୋଜ୍ ଉପରେ ଅଧିକ ଗୁରୁ୍ୱ ଦିଆଯାଉଛି। କରୋନା ଯୋଦ୍ଧା, ସମ୍ମୁଖ ଧାଡିର ଯୋଦ୍ଧା, ସ୍ୱାସ୍ଥ୍ୟ କର୍ମୀ ଓ 60 ବର୍ଷର ଅଧିକ ଲୋକମାନେ 28% ଟୀକାକରଣ କରାଯାଇଛି।

ଆସନ୍ତାକାଲି ଠାରୁ 18 ରୁ 59 ବର୍ଷର ନାଗରିକ ମାନଙ୍କର ପ୍ରିକ୍ସନ ଡୋଜ ମାଗଣାରେ ଦିଆଯିବ। ଏହା 75 ଦିନ ପର୍ଯ୍ୟନ୍ତ ମାଗଣାରେ ଟୀକାକରଣ ଚାଲିବ। ରାଜ୍ୟରେ ପାଖାପାଖି 3000 ଟି ସରକାରୀ ଟୀକାକରଣ କେନ୍ଦ୍ର ରହିଛି। ସେଠି ମାଗଣାରେ ଟୀକାକରଣ କରିପାରିବେ। କେନ୍ଦ୍ର ଗୁଡିକରେ ଟିକା ଦେବା ପାଇଁ ପ୍ରଯ୍ୟାପ୍ତ ପରିମାଣରେ ସ୍ୱାସ୍ଥ୍ୟ କର୍ମୀ ରହିଛନ୍ତି। ଯଦି ମାଗଣାରେ ଏଭଳି ଟୀକାକରଣ ଦିଆଯିବ ତେବେ ରାଜ୍ୟରେ ସେତିକି ପରିମାଣରେ ଟିକା ନାହିଁ। ତେବେ ଆହୁରି ଟିକା ଆବଶ୍ୟକ ପଡ଼ିବ। ଏହି ବର୍ଗର ଲୋକ ଅଛନ୍ତି 2 କୋଟି 65 ଲକ୍ଷ୍ୟ 85 ହାଜର ହିତାଧିକାରୀ ଅଛନ୍ତି। ସେଥିମଧ୍ୟରୁ ମାତ୍ର 1 ଲକ୍ଷ୍ୟ 50 ହାଜର ହିତାଧିକାରୀ ପ୍ରିକ୍ସନ୍ ଡୋଜ ନେଇଛନ୍ତି। ଅର୍ଥାତ 99% ଆହୁରି ଟିକା ନେଇନାହାନ୍ତି। ଏହି ଟୀକାକରଣ ପାଇଁ ଉଭୟ ବ୍ୟବସ୍ଥା କରାଯାଇଛି। ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଟୀକାକରଣ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗକୁ କୌନଶୀ ଲିଖିତ ଭାବରେ ନିର୍ଦ୍ଦେଶ ଆସିନାହିଁ। ତେବେ ଆଜି କେନ୍ଦ୍ର ସହିତ ବୈଠକ ରହିଛି ଯାହା ଏହି ବୈଠକ ରେ ଆସନ୍ତାକାଲି ମାଗଣା ଟୀକାକରଣ ନେଇ ହେବ ଆଲୋଚନା।

Leave A Reply

Your email address will not be published.