ଆସନ୍ତାକାଲି ସର୍ବଭାରତୀୟ ମେଡ଼ିକାଲ ପ୍ରବେଶିକା ପରୀକ୍ଷା ନିଟ, କେବଳ ଓଡିଶାରୁ ପରୀକ୍ଷା ଦେବେ ୧ଲକ୍ଷ ୩୦ହଜାର ପରୀକ୍ଷାର୍ଥୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆସନ୍ତାକାଲି ସର୍ବଭାରତୀୟ ମେଡ଼ିକାଲ ପ୍ରବେଶିକା ପରୀକ୍ଷା ନିଟ। ସାରା ଦେଶରୁ ପରୀକ୍ଷା ଦେବେ ୧୮ ଲକ୍ଷ ଛାତ୍ରଛାତ୍ରୀ। କେବଳ ଓଡିଶାରୁ ପରୀକ୍ଷା ଦେବେ ୧ଲକ୍ଷ ୩୦ହଜାର ପରୀକ୍ଷାର୍ଥୀ। ନେସନାଲ ଟେଷ୍ଟିଂ ଏଜେନ୍ସି, ଏନ.ଟି.ଏ ପରିଚାଳିତ ନିଟ ପରୀକ୍ଷା ପାଇଁ ସାରା ଦେଶର ୪୯୭ଟି ସହର ଓ ବିଦେଶର ୧୪ଟି ସହରରେ ପରୀକ୍ଷାକେନ୍ଦ୍ର କରାଯାଇଛି। ଓଡ଼ିଶାର ୨୪ଟି ସହରରେ ପରୀକ୍ଷାକେନ୍ଦ୍ର କରାଯାଇଥିବାବେଳେ ଭୁବନେଶ୍ୱର ରେ ହୋଇଛି ୧୮ ଟି କେନ୍ଦ୍ର। କେବଳ ଭୁବନେଶ୍ୱର ରେ ପରୀକ୍ଷା ଦେବେ ୧୨,୫୧୬ ଛାତ୍ରଛାତ୍ରୀ।

ଦିନ ୨ଟା ରୁ ୫.୨୦ ପର୍ଯ୍ୟନ୍ତ ହେବ ପରୀକ୍ଷା। ଚଳିତବର୍ଷ ପରୀକ୍ଷା ସମୟ ୨୦ମିନିଟ ବୃଦ୍ଧି କରାଯାଇଛି। କୋଭିଡ କଟକଣା ମାନି ପରୀକ୍ଷା ଆୟୋଜନ କରାଯାଇଥିବାବେଳେ ଦିନ ୧୧ଟା ରୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବା ଆରମ୍ଭ ହେବ। ସମସ୍ତ ପରୀକ୍ଷାର୍ଥୀଙ୍କ ପ୍ରବେଶ ସମୟ ଅଲଗା ଅଲଗା ରହିଛି। ମାସ୍କ ବାଧ୍ୟତାମୂଳକ ସହ କେବଳ ଆଇକର୍ଡ଼ ଓ ଆଧାରକାର୍ଡ ନେଇ ଯାଇପାରିବେ ଛାତ୍ରଛାତ୍ରୀ।

Leave A Reply

Your email address will not be published.