ଆସନ୍ତାକାଲିଠୁ ସଂସଦର ମୌସୁମୀ ଅଧିବେଶନ: ମୋଟ୍ ୨୪ ବିଲ୍ ଉପରେ ହେବ ଆଲୋଚନା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ସଂସଦରେ ମୌସୁମୀ ଅଧିବେଶନ। ଜୁଲାଇ ୧୮ରୁ ଆରମ୍ଭ ହୋଇ ଅଗଷ୍ଟ ୧୨ ତାରିଖ ପର୍ୟ୍ୟନ୍ତ ଚାଲିବ ଗୃହକାର୍ୟ୍ୟ। ଏହି ଅଧିବେଶନରେ ମୋଟ ୨୪ ବିଲ୍ ଉପରେ ଆଲୋଚନା ହେବାର ଅଛି। ଏଥିରେ କ୍ୟାଣ୍ଟୋନମେଣ୍ଟ ବିଲ୍, ମଲ୍ଟି ଷ୍ଟେଟ୍ କୋଅପରେଟିଭ ସୋସାଇଟି ବିଲ୍ ଓ ଛତିଶଗଡ଼ ଓ ତାମିଲନାଡୁର ଏସ୍ସି ଏସ୍ଟିଙ୍କୁ ସୂଚୀକୁ ସଂଶୋଧିତ କରିବା କରିବା ପାଇଁ ଦୁଇଟି ଅଲଗା ଅଲଗା ସମ୍ବିଧାନ ସଂଶୋଧନ ବିଧେୟକ ଆଗତ ହେବ। ଏସବୁ ଆଲୋଚନା ପାଇଁ ସଂସଦରେ ତାଲିକାଭୁକ୍ତ ହୋଇଛି।

ସେହିଭଳି କିଛି ବିଲ୍ ଯାହା ଆଲୋଚନା ହେବାକୁ ଅଛି ସେଗୁଡ଼ିକ ହେଲା – କଫି (ପ୍ରୋତ୍ସାହନ ଓ ବିକାଶ) ବିଲ୍, ଉଦ୍ୟୋଗ ବିକାଶ ଏବଂ ସେବା କେନ୍ଦ୍ର ବିଧେୟକ ରହିଛି। ଉଦ୍ୟୋଗ ବିକାଶ ବିଲ୍ରେ ବିଶେଷ ଆର୍ଥିକ କ୍ଷେତ୍ର ଅଧିନିୟମ ସଂଶୋଧନ ପ୍ରସ୍ତାବ, ୨୦୦୫ ଫ୍ରେମ ରୁଲ, ଦ୍ରବ୍ୟର ଭୌଗଳିକ ଚିହ୍ନଟ ପ୍ରକରଣ ଆମେଣ୍ଡମେଣ୍ଟ ବିଲ, ଗୋଦାମଘର(ବିକାଶ ଓ ନିୟମିତତା) ଆମେଣ୍ଡମେଣ୍ଟ ବିଲ, ଏବଂ ପ୍ରତିଯୋଗିତା(ଆମେଣ୍ଡମେଣ୍ଟ ବିଲ୍) ଆଦି ରହିଛି। ଏହାସହ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି ବିରୋଧୀ । ଆଉ ବିରୋଧୀଙ୍କୁ ସାମ୍ନା କରିବା ପାଇଁ ସରକାର ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.