ପାରିବାରିକ କଳହକୁ ନେଇ ଅକ୍ରମଣାତ୍ମକ ହେଲା ଜ୍ବାଇଁ, ଶଶୁର ଓ ଶାଳକକୁ ଗାଡି ଚଢାଉ କଲା ହତ୍ୟା ଉଦ୍ୟମ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ପାରିବାରିକ କଳହକୁ ନେଇ ଜ୍ୱାଇଁ ଶଶୁର ଓ ଶାଳକକୁ ଗାଡି ଚଢାଉ ହତ୍ୟା ଉଦ୍ୟମ କରିଛି । ଘଟଣାଟି ସମ୍ବଲପୁର ଜିଲ୍ଲା ବୁର୍ଲା କଚେରୀ ଛକରେ ଘଟିଥିବା ବେଳେ ପୋଲିସ ଅଭିଯୁକ୍ତ ଜ୍ୱାଇଁ ପଂଚାନନ ଦାଶକୁ ଅଟକ ରଖି ପଚରାଉଚରା କରୁଛି । ଏଥିସହିତ ଆହତ ଶାଳକ ସୌମ୍ୟରଞ୍ଜନ ଦାଶଙ୍କୁ ପୋଲିସ ହସପିଟାଲରେ ଭର୍ତି କରିଛି ।

ଅଭିଯୁକ୍ତଙ୍କ ପତ୍ନୀ ଚିନ୍ମୟୀ ମହାପାତ୍ର ସ୍ୱାମୀଙ୍କ ବିରୋଧରେ ଏତଲା ଦେଇଛନ୍ତି । ସେ କହିଛନ୍ତି, ଦେଢଶୁର, ଭାଉଜ ଓ ପୁତୁରାଙ୍କ କଥାରେ ପଡି ସ୍ୱାମୀ ତାଙ୍କୁ ମାରପିଟ କରୁଥିଲେ । ଏନେଇ ସେ ଗତ ଜାନୁଆରୀ ୨୪ ତାରିଖରେ ବୁର୍ଲା ଥାନାରେ ଏତଲା ଦେବା ପରେ ମାମଲା ହୋଇଥିଲା । ଏହି ଘଟଣା ପରେ ସେ ୬ ମାସ ହେବ ଦୁଇ ପିଲାଙ୍କ ସହ ବାପ ଘରକୁ ଚାଲି ଆସିଥିଲେ । ସ୍କୁଲରେ ପୁଅର ପାଠପଢା ଆରମ୍ଭ ହେବାରୁ ଅଭିଭାବକ ଉପସ୍ଥିତ ହେବାକୁ ଫୋନ ଆସିଥିଲା । ତେଣୁ ଲକ୍ଷ୍ମୀ ମହାନ୍ତି ନାମକ ଜଣେ ଓକିଲଙ୍କ ହାତରେ ସ୍ୱାମୀଙ୍କ ନିକଟକୁ ଖବର ପଠାଇଥିଲେ । ପୁଅର ପାଠପଢାରେ ସହଯୋଗ କରିବାକୁ ନିବେଦନ କରିଥିଲେ । ହେଲେ ସେ ଅସହମତି ପ୍ରକାଶ କରିଥିଲେ । ଓଲଟା ବୁର୍ଲା ଆସିଲେ ମୋତେ ଓ ପିଲାଙ୍କୁ ଗାଡି ଚଢାଇ ମାରିଦେବେ ବୋଲି ଧମକ ଦେଇଥିଲେ । ତେଣୁ ସେ ବୁର୍ଲା ବାର ଆସୋସିଏସନ କାର୍ଯ୍ୟାଳୟକୁ ଆସି ବାର ସଦସ୍ୟଙ୍କୁ ଭେଟି ସମସ୍ୟାର ସମାଧାନ କରିବାକୁ ଉଦ୍ୟମ କରିଥିଲେ । ଏହା ପରେ ସେଠାରୁ ସ୍ୱାମୀ ବାହାରି ଆସି ବାଟରେ ବାପା ଓ ମାମୁଁ ପୁଅଙ୍କ ଉପରେ କାର ମଡାଇ ଦେଇଥିଲେ ।

ଆହତ ଶ୍ୱଶୁର ରାମଚନ୍ଦ୍ର ମହାପାତ୍ର କହିଛନ୍ତି, ୯ ବର୍ଷ ତଳେ ଝିଅକୁ ବିବାହ ଦେଇଥିଲି । ସେମାନଙ୍କ ଔରସରୁ ପୁଅ,ଝିଅ ଦୁଇଟି ହୋଇଥିଲେ । ହେଲେ କିଛିଦିନ ପରେ ଭାଇ ଓ ଭାଇଜଙ୍କ କଥାରେ ପଡି ଜ୍ୱାଇଁ ଝିଅକୁ ମାରପିଟ୍‌ କରିଥିଲେ । ଜ୍ୱାଇଁକୁ ବୁଝାଇବା ନିମନ୍ତେ ଅନେକ ପ୍ରୟାଶ କରି ସେ ବିଫଳ ହେବାରୁ ବୁର୍ଲା ବାରଆସୋସିଏସନ ସଦସ୍ୟଙ୍କ ନିକଟରେ ପ୍ରାୟ ୩ଥର ଜଣାଇଛନ୍ତି । ଆଜି ଝିଅକୁ ନେଇ ତାଳଚେରରୁ ବୁର୍ଲା ଆସିଥିଲେ । ଝିଅ ବାର ଆସୋସିଏସନ କାର୍ଯ୍ୟାଳୟକୁ ଯାଇଥିଲା । ଏହି ସମୟରେ କାରରେ ଜ୍ୱାଇଁ ଆସୁଥିଲେ । ତାଙ୍କୁ ରୋକିବାକୁ ଯିବା ବେଳେ ସେ କାର ଚଢାଇ ଦେଇଥିଲେ । ହେଲେ କୌଣସି ମତେ ସେ ଅଳ୍ପକେ ବର୍ତି ଯାଇଥିଲେ । ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.