ଦିଲ୍ଲୀଗସ୍ତରେ ନବୀନ, ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଦେବେ ଯୋଗ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଦିନକ ପରେ ନୂଆ ରାଷ୍ଟ୍ରପତି ଶପଥ ନେବେ। ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସେପଟେ ବିଜେପି ବିଧାୟକ ଓ ନେତା ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ଆସନ୍ତାକାଲି ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି।

ରାଷ୍ଟ୍ରପତି ନିର୍ବାଚନ ପ୍ରଭାବ ରାଜ୍ୟ ରାଜନୀତି ଉପରେ କଣ ପଡିବ। ବିଜେଡି ଓ ବିଜେପି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି। କିନ୍ତୁ କଂଗ୍ରେସ ଦେଇନାହିଁ। ଏହାର କିଛି ପ୍ରଭାବ କଂଗ୍ରେସ ଉପରେ ପଡିବ କି। ଏମିତି କିଛି ଚର୍ଚା ଆଲୋଚନା ହେଉଛି। ବିଜେଡି କହିଛି,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୟାସ ଓ ଉଦ୍ୟମକୁ ସମସ୍ତେ ପ୍ରଶଂସା କରୁଛନ୍ତି। ଏନଡିଏ ପାଖରେ ଆବଶ୍ୟକ ସଂଖ୍ୟା ନଥିଲା। ମାଟିର ଝିଅ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସକୁ ରାଜ୍ୟବାସୀ ଜାଣିଛନ୍ତି। ଏହାର ଫାଇଦା ଦଳକୁ ଯିବ ବୋଲି ବିଜେଡି କହିଛି।

 ଅନ୍ୟପକ୍ଷରେ ବିଜେପି କହିଛି ସମସ୍ତେ ଜାଣନ୍ତି ସେ କେଉଁ ଦଳର। ତାଙ୍କୁ କିଏ ପ୍ରାର୍ଥୀ କରିଥିଲା। ରାଷ୍ଟ୍ରପତି ରାଜନୀତିରୁ ଉଦ୍ଧ୍ୱର୍ରେ। ତେଣୁ ରାଜ୍ୟବାସୀଙ୍କୁ ଯେଉଁ ସୁଯୋଗ ମିଳିଛି। ତାର ଫାଇଦା ବିଜେପି କୁ ଯିବ ବୋଲି ଦଳ କହିଛି।ସେପଟେ କଂଗ୍ରେସ ରାଜନୀତିରେ ଏହାର କୌଣସି ପ୍ରଭାବ ପଡିବ ନାହିଁ।ପ୍ରଥମ କରି ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ପଦରେ ବସିବାକୁ ଯାଉଛନ୍ତି। ଏହାକୁ ନେଇ ସମସ୍ତେ ଉତ୍ସାହିତ। କିନ୍ତୁ ଏ ସବୁ ଭିତରେ ରାଷ୍ଟ୍ରପତି ନିର୍ବାଚନ ରାଜ୍ୟ ରାଜନୀତିକୁ ପୁଣିଥରେ ସରଗରମ କରିଛି।

Leave A Reply

Your email address will not be published.