ପ୍ରକାଶ ପାଇଲା ଯୁକ୍ତ ଦୁଇ ରେଜଲ୍ଟ, ଛାତ୍ରଙ୍କ ଠାରୁ ଛାତ୍ରୀ ଆଗରେ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପ୍ରକାଶ ପାଇଲା ଯୁକ୍ତ ଦୁଇ ରେଜଲ୍ଟ। ଛାତ୍ରଙ୍କ ଠାରୁ ଛାତ୍ରୀ ଆଗରେ। ଦୁଇଟି ବିକଳ୍ପ ପଦ୍ଧତିରେ ପରୀକ୍ଷା କରାଯାଇଛି। ପ୍ରଥମ ବିକଳ୍ପ ଭାବରେ ସେମାନେ ପରିଷଦ ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାରେ ରଖିଥିବା ନମ୍ବର। ଦ୍ଵିତୀୟରେ ପ୍ରତ୍ୟେକ ବିଷୟର ଶତକଡା ୮୦ ନମ୍ବର ପରିଷଦ ପରିଚାଳିତ ପରୀକ୍ଷା ଭିତ୍ତିରେ ଓ ଶତକଡା ୨୦ ଭାଗ ନମ୍ବର ସ୍କୁଲ ପରିଚାଳିତ କ୍ଵଟାର ଏଣ୍ଡ ପରୀକ୍ଷା ଭିତ୍ତିରେ ଦିଆଜିଛି। ୫ ଟା ରେ ରେଜଲ୍ଟ ଜାଣିପାରିବେ। ସମ୍ସ ୱେବ୍ ସାଇଟ୍ www.orissaresults.nic.in ରେ ଦେଖିପାରିବେ। ପରୀକ୍ଷାର୍ଥୀ ମାନେ ହେଲ୍ପ ଲାଇନ ସମ୍ବର ୦୬୭୪୨୩୦୧୦୯୮ ରୁ ଆବଶ୍ୟକ ସୂଚନା ପାଇପାରିବେ। ରି ଆଡ଼ିସନ୍ ମାର୍କ ନିମନ୍ତେ କଳା ଓ ଧନ୍ଦାମୂଳକ ପରୀକ୍ଷା ରେଜଲ୍ଟ ବାହାରିବା ପରେ ଏହାର ବିଜ୍ଞପ୍ତି ପ୍ରକାଶ ପାଇବ। ଅଗଷ୍ଟ ୮ ତାରିଖରେ କଳା ଓ ଧନ୍ଦାମୂଳକ ଶିକ୍ଷା ର ଫଳ ପ୍ରକାଶ ପାଇବ। ବିଜ୍ଞାନରେ ପାସ ହୋଇଛନ୍ତି ୭୨୧୦୬ କରିଛନ୍ତି। ପାସ ହାର ୯୪.୧୨ ପ୍ରତିଶତ। ଏଥିରେ ଛାତ୍ର ୩୯୫୮୭ ଜଣ ପାସ ହୋଇଛନ୍ତି। ୯୩.୮୦ ପାସ ହାର। ଛାତ୍ରୀ ପାସ ହୋଇଛନ୍ତି ୩୨୫୦୯। ଏଥିରେ ୯୪.୫୨ ପାସ ହାର ରହିଛି। ପ୍ରଥମ ଶ୍ରେଣୀ ରେ ୫୦୧୫୭, ଦିତୀୟ ଶ୍ରେଣୀରେ ୧୪୯୩୨ ଓ ତୃତୀୟ ଶ୍ରେଣୀର ୬୯୧୦।

୯୦ ପ୍ରତିଶତ ଉର୍ଦ୍ଧ ମାର୍କ ରଖି ପାସ ହୋଇଛନ୍ତି ୧୧୨୪। ସେହିପରି ୧୦୦ ପ୍ରତିଶତ ପାସ ହୋଇଥିବା ସ୍କୁଲ ୩୯୩ଟି।
ଅଧିକ ପ୍ରତିଶତ ରଖିଥିବା ଜିଲ୍ଲା ହେଉଛି ନୟାଗଡ଼ ଜିଲ୍ଲା। ନୟାଗଡ଼ ରେ ୯୯.୧୧ ରେଜଲ୍ଟ ହୋଇଛି। ସେହିପରି ସର୍ବନିମ୍ନ ପାସହାର ଫୁଲବାଣୀ ୭୬.୮୧ ରେଜଲ୍ଟ।
ବାଣିଜ୍ୟ ବିଭାଗରେ ପାସ ହୋଇଛନ୍ତି ୨୧୧୬୫ । ପାସ ହୋଇଛନ୍ତି ୨୧୧୬୫। ଏଥିରେ ଛାତ୍ର ପାସ ହୋଇଛନ୍ତି ୧୩୨୧୧ ଜଣ। ପାସ ହାର ୮୮.୩୨। ଛାତ୍ରୀ ପାସ ହୋଇଛନ୍ତି ୭୯୫୩ ଜନା। ପାସ ହାର ୯୦.୭୧ ପାସ ହାର ରହିଛି। ପ୍ରଥମ ଶ୍ରେଣୀ ରେ ୧୦୮୬୩, ଦିତୀୟ ଶ୍ରେଣୀରେ ୫୦୫୩ ଓ ତୃତୀୟ ଶ୍ରେଣୀର ୫୨୪୨।
୯୦ ପ୍ରତିଶତ ଉର୍ଦ୍ଧ ମାର୍କ ରଖି ପାସ ହୋଇଛନ୍ତି ୨୪୩। ସେହିପରି ୧୦୦ ପ୍ରତିଶତ ପାସ ହୋଇଥିବା ସ୍କୁଲ ୧୩୪ଟି।
ଅଧିକ ପ୍ରତିଶତ ରଖିଥିବା ଜିଲ୍ଲା ହେଉଛି ବୌଦ୍ଧ ଜିଲ୍ଲା। ବୌଦ୍ଧରେ ରେ ୧୦୦ ପ୍ରତିଶତ ରେଜଲ୍ଟ ହୋଇଛି। ସେହିପରି ସର୍ବନିମ୍ନ ପାସହାର ଦେଓଗଡ଼ ୬୧.୫୩ ରେଜଲ୍ଟ।

Leave A Reply

Your email address will not be published.