ନଭେମ୍ବର ୩୦ରୁ ଆରମ୍ଭ ହେବ ମେକ୍ ଇନ୍ ଓଡିଶା କନକ୍ଳଭର ତୃତୀୟ ସଂସ୍କରଣ, ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ନଭେମ୍ବର ୩୦ ତାରିଖରୁ ଆରମ୍ଭ ହେବ ମେକ୍ ଇନ୍ ଓଡିଶା କନକ୍ଳଭ୍ ର ତୃତୀୟ ସଂସ୍କରଣ।ଏଥିପାଇଁ ଆଜି ଇଣ୍ଡଷ୍ଟ୍ରିଆଲ୍ ପ୍ରୋମୋସନ୍ ଆଣ୍ଡ୍ ଇନଭେଷ୍ଟମେଣ୍ଟ୍ କର୍ପୋରେସନ୍ ଅଫ୍ ଓଡିଶା (IPICOL) ଏବଂ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (FICCI) ଜାତୀୟ ଶିଳ୍ପ ସହଭାଗୀ ଭାବରେ ଏକ ଏମଓୟୁ ସ୍ୱାକ୍ଷର ହୋଇଛି।ଏହି କନକ୍ଳେଭ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଦେଶ ତଥା ଦେଶ ବାହାରୁ ପୁଞ୍ଜିପତିମାନେ ଯୋଗଦେବେ। 2016 ରେ ପ୍ରଥମ ମେକ୍ ଇନ୍ ଓଡିଶା କନକ୍ଳେଭ ହୋଇଥିଲା।ସେଥିରେ 2 ଲକ୍ଷ କୋଟିରୁ ଅଧିକ ମୂଲ୍ୟର ପୁଞ୍ଜି ବିନିଯୋଗ ଲକ୍ଷ କରାଯାଇଥିଲା। ଏଥିରେ 5000 ରୁ ଅଧିକ ପ୍ରତିନିଧୀ ଅଂଶଗ୍ରହଣ କରିଥିଲେ।  ସେହିଭଳି ୨୦୧୮ ରେ ଦ୍ୱିତୀୟ ସଂସ୍କରଣରେ 4 ଲକ୍ଷ କୋଟିରୁ ଅଧିକ ପୁଞ୍ଜି ବିନିଯୋଗ ଉଦ୍ଦେଶ୍ୟ ରହିଥିଲା।

ରାଜ୍ୟର ପ୍ରାକୃତିକ ସମ୍ପଦ ଏବଂ ଇକୋସିଷ୍ଟମ୍ ସୁବିଧା ଯୋଗୁଁ ଓଡ଼ିଶା ଧାତୁ ଏବଂ ସହଯୋଗୀ କ୍ଷେତ୍ରଗୁଡିକର ଶିଳ୍ପ ପାଇଁ ପସନ୍ଦ ସ୍ଥଳ ପାଲଟିଛି ବୋଲି ବିଭାଗୀୟ ମନ୍ତ୍ରୀ ପ୍ରତାବ ଦେବ କହିଥିଲେ। ପୂର୍ବ ଦୁଇଟି ସଂସ୍କରଣରେ ଭାଗନେଇଥିବା ୫୩ ପ୍ରତିଶତ ପୁଞ୍ଜିନିବେଶ କରୀ ଓଡିଶାରେ ସେମାନଙ୍କ ର ଶିଳ୍ପ ଆରମ୍ଭ କଲେଣି ତାସହ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ସହ ରୋଜଗାର ସୃଷ୍ଟି କରିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଥାମ ଉଦ୍ଦେଶ୍ୟ ବୋଲି ମଧ୍ୟ ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏମଓୟୁ ସ୍ୱାକ୍ଷର ସମାରୋହରେ ଶିଳ୍ପ, ଏମଏସଏମଇ ଏବଂ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ, ଶିଳ୍ପ ବିଭାଗର ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା,ଫିକିର ମହାନିର୍ଦ୍ଦେଶକ ଅରୁଣ ଚାଓ୍ବଲା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.