BMCର “ପବ୍ଲିକ୍ ଇଂଟରଫେସ୍‌ ‘କାର୍ଯ୍ୟକ୍ରମ: ୪୫ଏବଂ ୩୦ ନମ୍ବର ଓ୍ୱାର୍ଡର ବିଭିନ୍ନ ସମସ୍ୟା ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ଆଲୋଚନା

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଆରମ୍ଭ ହୋଇଥିବା “ପବ୍ଲିକ୍ ଇଂଟରଫେସ୍‌’ ଏକ ପ୍ରମୁଖ ଗୋଷ୍ଠୀ ସହଭାଗୀତା କାର୍ଯ୍ୟକ୍ରମ ଭାବେ ଚାଲୁ ରହିଛି । ଏହି କ୍ରମରେ ଆଜି ୱାର୍ଡର୍ ନଂ ୪୫ଏବଂ ୩୦ ର ବିଭିନ୍ନ ସମସ୍ୟା ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା । ଦୁଇଟି ଅଧିବେଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେସିଡେନ୍ଟ ୱେଲଫେୟାର ଆସୋସିଏସନ୍‌, ରେସିଡେଂଟ, ମହିଳା ସଂଗଠନ, ସ୍ୱୟଂ ସହାୟକ ଗୋଷ୍ଠୀ, କ୍ଲବ ପ୍ରତିନିଧି, ବସ୍ତି ପ୍ରତିନିଧି ଏବଂ ବରିଷ୍ଠ ନାଗରିକଙ୍କ ପ୍ରତିନିଧିମାନେ ଯୋଗଦେଇ କର୍ତୁପକ୍ଷଙ୍କ ନିକଟରେ ବିଭିନ୍ନ ସମସ୍ୟା , ଏହାର ସମାଧାନ ଏବଂ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ ।

ଆଜି ବୈଠକରେ ସଭାପତି ଭାବେ ମାନ୍ୟବର ମେୟର ସୁଲୋଚନା ଦାସ ଉପସ୍ଥିତ ଅଂଶଗ୍ରହଣକାରୀଙ୍କୁ ସେମାନଙ୍କର ମତାମତ ଏବଂ ସହଯୋଗରେ ଭୁବନେଶ୍ୱରର ପ୍ରଗତିକୁ ଆଗେଇ ନେବାରେ ସହାୟକ ହେବବୋଲି କହିଥିଲେ । କମିଶନର ଶ୍ରୀ ବିଜୟ ଅମୃତା କୁଲାଙ୍ଗେ କହିଥିଲେ ଯେ ଆମ ସହରକୁ ସଫା ରଖିବାର ମୁଳ ସହଯୋଗୀ ହେଲେ ଆମ ନାଗରିକ । ବର୍ତମାନ ବି ଏମ୍ ସି ନେଇଥିବା ପଦକ୍ଷେପ ଗୁଡିକୁ ଆଗେଇ ନେବାରେ ପ୍ରତ୍ୟେକ ୱାର୍ଡର ସହଯୋଗ ଦରକାର । ନାଗରିକ ମାନଙ୍କ ସହଯୋଗ ପ୍ରଗତି ମୂଳକ ପ୍ରକଳ୍ପ ଗୁଡିକୁ ଆଗେଇ ନେବ ବୋଲି କହିଥିଲେ କମିଶନର ।

ୱାର୍ଡ଼ ନଂ-୪୫ ର କର୍ପୋରେଟର ଅମରେଶ ଜେନା ଏବଂ ୱାର୍ଡ ୩୦ ର କର୍ପୋରେଟର ରାଜେଶ କୁମାର ଦାସ ବିଭିନ୍ନ ସମସ୍ୟା ସମ୍ପର୍କରେ ମେୟରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ପ୍ରଥମେ ୱାର୍ଡ ୪୫ ର ଆଲୋଚନା ହୋଇଥିଲା । କର୍ପୋରେଟର ଶ୍ରୀ ଜେନା କହିଥିଲେ ଯେ “ ଆମ ୱାଡଁ ପ୍ରାୟ ଅଧିକାଂଶ ସମୟରେ ପରିମଳ ଦୃଷ୍ଟିରୁ ଭଲ ରହି ଆସିଅଛି ।ବିଶେଷ କରି ହିତାଧିକାରୀଙ୍କ ଭତା ସମସ୍ୟା ଅଦ୍ୟାବଧି ଲାଗି ରହିଥିବାର ସମାଧାନ ପାଇଁ ସେ ଜଣାଇବା ସହିତ ଏଦିଗରେ ବି ଏମ୍ ସି ର ପଦକ୍ଷେପ କୁ ସହଯୋଗ କରିବାକୁ କହିଥିଲେ । ମୁଖ୍ୟ ସମସ୍ୟା ମଧ୍ୟରେ ଜାଲି ଗଳିର କାର୍ଯ୍ୟ ବାବଦରେ ଆଲୋକପାତ କରିଥିଲେ । ଏହାର ଉତରରେ ସଂପୃକ୍ତ ଯନ୍ତ୍ରୀ ଏଥିପାଇଁ ଭୁମି ଅଧିଗ୍ରହଣ କୁ ଗୁରୁତ୍ୱ ଦେଇଥିଲେ ଏବଂ ଗୋଷ୍ଠୀ ସହଯୋଗ କାମନା କରିଥିଲେ । ଅପ୍ୟ ପକ୍ଷରେ ୩୦ ନମ୍ବର ୱାର୍ଡ ପାଇଁ ଶ୍ରୀ ଦାସ କହିଥିଲେ ଯେ ଏହା ଭୁବନେଶ୍ୱରର ସ୍ମାର୍ଟ ଅଂଚଳ ହୋଇଥିଲେ ହେଁ ଜବର ଦଖଲ, କେତେକ ସ୍ଥାନରେ ସ୍ୱରେଜ ସମସ୍ୟାର ସମାଧାନ , ପାର୍କିଂ ସମସ୍ୟା ଜଳବନ୍ଦୀ ଏବଂ ଏକ ଖେଳ ପଡିଆର ବିକାଶ ପାଇଁ ଆଲୋଚନା କରି କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଉପସ୍ଥିତ ଇଂଜିନିୟର ମାନେ ସଂପୃକ୍ତ ୱାର୍ଡ ରେ କେଉଁସବୁ କାର୍ଯ୍ୟର ପ୍ରଗତି କେତେ ଦୂର ହୋଇଛି ସେ ବାବଦରେ ଜଣାଇଥିଲେ । ବିଭିନ୍ନ ବିଭାଗର ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ । ୱାର୍ଡ଼ରେ ସ୍ୱଚ୍ଛତା ବଜାୟ ରଖିବା ଦିଗରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା ଏବଂ ବି ଏମ୍ ସି ସଫେଇ ଗାଡିରେ ପୃଥକ କରି ବର୍ଜ୍ୟ ଦେବାକୁ ମେୟର ଓ କମିଶନର ଅଂଶଗ୍ରହଣ କାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବି ଏମ୍ ସି ର ଏହି ପଦକ୍ଷେପକୁ ଏକ ସୃଜନଶୀଳ ପଦକ୍ଷେପ ବୋଲି କହିଥିଲେ ଡାକ୍ତର ଅରବିନ୍ଦ ମହାନ୍ତି ।

ତେବେ ସମସ୍ୟାର ଖୁବଶୀଘ୍ର ସମାଧାନ କରାଯିବା ନେଇ ମେୟର ସୁଲୋଚନା ଦାସ ଆଶ୍ୱସନା ଦେଇଛନ୍ତି । ବୈଠକରେ ଡ଼େପୁଟି ମେୟର ମଞ୍ଜୁଲତା କହଁରଙ୍କ ସମେତ ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୂର ବିକାଶ , ଜୋନାଲ ଡେପୁଟି କମିଶନର ପ୍ରିୟବ୍ରତ ପାଢ଼ୀ ଉପସ୍ଥିତ ଥିଲେ । ଡେପୁଟି କମିଶନର କମଳାକାନ୍ତ ବେହେରା ବୈଠକ ସଂଯୋଜନା କରିଥିଲେ ।

Leave A Reply

Your email address will not be published.