ମଙ୍ଗଳବାର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 1 ହଜାରରୁ ଅଧିକ ଏଲପିଜି ବିତରକ ମାନଙ୍କ ସହ ଆଲୋଚନା କରିଛନ୍ତି l କେନ୍ଦ୍ର ମନ୍ତ୍ରୀ ଆଲୋଚନା କରିବାକୁ ଯାଇ କହିଛନ୍ତି ଯେ ମହାମାରୀ କରୋନା ଭାଇରସ୍ ର ମୁକାବିଲା ତଥା ଲକ୍ ଡାଉନ୍ ପାଇଁ କେନ୍ଦ୍ର ସରକାର ଗରିବ ଲୋକମାନଙ୍କ ପରିବାରକୁ ସାହାଯ୍ୟ କରିବl ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି l ଏହି ଯୋଜନାରେ ହିତାଧିକାରୀ ମାନଙ୍କୁ ମାଗଣାରେ ଆଗାମୀ ତିନି ମାସ ପାଇଁ ଏଲପିଜି ପହଁଚାଇବା କାମକୁ ସଠିକ ଭବରେ କରିବା ପାଇଁ ଗୁରୁତ୍ଵାରୋପ କରିଥିଲେ l ସେ ଅlହୁରି ମଧ୍ୟ କହିଥିଲେ ଯେ ଲକ୍ ଡାଉନ୍ ସମୟରେ ଘରେ ଘରେ ଏଲପିଜି ସିଲିଣ୍ଡର ଯୋଗାଉଥିବା ଏଲପିଜି ବିତରକ ମାନଙ୍କୁ ବର୍ତ୍ତମାନ ସମୟର ଆଗଧାଡିର ଯୋଦ୍ଧା ସହ ତୁଳନା କରିଛନ୍ତି l ଏହା ସହିତ କାର୍ଯ୍ୟକ୍ଷେତ୍ରରେ ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେବା ସହ ମାକ୍ସ, ଫେସ୍ ମାସ୍କର, ଆରୋଗ୍ୟ ସେତୁ ଆପ୍ ବ୍ୟବହାର, ହାତ ସଫା ଉପରେ ଗୁରୁତ୍ଵ ଆରୋପ କରିଥିଲେ l