ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଣ କଥା ହେଲେ ମୁଖ୍ୟମନ୍ତ୍ରୀ ?

0

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ ଯୋଗେ କଥା ବାର୍ତ୍ତା ହୋଇଛନ୍ତି l ଓଡ଼ିଶାରେ କରୋନା ସ୍ଥିତି ଏବଂ ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ସମ୍ପର୍କରେ ଉଭୟଙ୍କ ମଧ୍ୟରେ ପ୍ରାୟ କିଛି ସମୟ ପାଇଁ ଆଲୋଚନା ହୋଇଥିଲା l ଆଜି ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶୀ ମନ୍ଦିର ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହେଉଥିବା ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ଙ୍କୁ ଅବଗତ କରାଇଛନ୍ତି l ସେପଟେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଗତକାଲି ଅପରାହ୍ନରେ ଶୀ ମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର୍ କ୍ରିସନ କୁମାର ଓ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ଙ୍କୁ ଭେଟି ରଥ ଯାତ୍ରା ଉପରେ ଆଲୋଚନା କରିଥିଲେ l କିନ୍ତୁ ରଥ ଯାତ୍ରା ଆୟୋଜନ ନେଇ ଶଙ୍କରାଚାର୍ଯ୍ୟ କଣ କହିଲେ ତାହା ଜଣାପଡ଼ିନାହିଁ l ଏହାପରେ ଗତକାଲି ରାତିରେ ମୁଖ୍ୟ ପ୍ରଶାସକ ମହାରାଜା ଦିବ୍ୟସିଂହ ଦେବଙ୍କୁ ଭେଟି ରଥ ଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ l ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଏବଂ ଜଗତଗୁରୁ ଶଙ୍କରାଚାର୍ଯ୍ୟ ରଥ ଯାତ୍ରା ସମ୍ପର୍କରେ କଣ କହିଲେ ତାହା ଜଣା ପଡିନାହିଁ l ମହାମାରୀ କରୋନା ଭାଇରସ୍ ରେ ଆକ୍ରାନ୍ତ ଙ୍କ ସଂଖ୍ୟା ଓଡ଼ିଶାରେ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଚିନ୍ତାରେ ଥିବା ବେଳେ ଏପଟେ ହଜାର ହଜାର ବର୍ଷ ର ପରମ୍ପରାକୁ କିଭଳି ପରିଚାଳନା କରାଯିବ ସେନେଇ ବିଭିନ୍ନ ବର୍ଗ ସହିତ ଆଲୋଚନା କରୁଛନ୍ତି l ତେବେ ସରକାର ସଠିକ ସମୟରେ ନିଷ୍ପତ୍ତି ନେବେ ବୋଲି ସାଧାରଣରେ ଆଲୋଚନା ହେଉଛି l

Leave A Reply

Your email address will not be published.