ଓଡିଆ ନ୍ୟୁଜ୍(ବ୍ୟୁରୋ): ଆଜି ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଦୁଇଟି ଗାଁରେ ଦଙ୍ଗିଆବାହାଲ ଓ ଇଲାପାଲି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ବେ ଆଇନ ଭାବେ ଦେଶୀ ମଦ ରନ୍ଧା ଯାଉଥିବା ଖବର ପାଇ ପାଟଣାଗଡ଼ ଅବକାରୀ ବିଭାଗର ଅଧିକାରୀ ସତ୍ୟନାରାୟଣ ଦାସ ଙ୍କ ନେତୃତ୍ୱରେ ସ୍ଥାନୀୟ ଅବକାରୀ ବିଭାଗର ଅଜିତ ସାହୁ ବୁଲୁ ସେଠି ଗୁଣମତି ମାଝୀ ସହ ଅନ୍ୟ କର୍ମଚାରୀ ମାନେ ଗାଁରେ ଚଢ଼ାଉ କରି ବେ ଆଇନ ଭାବେ ଦେଶୀ ମଦ ରାନ୍ଧୁ ଥିବାବେଳେ 72 ଲିଟର ଦେଶୀ ମଦ ଓ ଆବଶ୍ୟକ ଜିନିଷପତ୍ର ଜବତ କରିବା ସହ 6 ଟି ପ୍ଲାଷ୍ଟିକ ଜାର 4ଟି ପ୍ଲାଷ୍ଟିକ ଦ୍ରାମ କୁ ଜବତ କରିବା ସହ ଆସାମି ଅଲେଖ ବରିହା କୈଲାସ ଭୁଏ ଓ ଜନକେସନ ମଲ୍ଲିକ କୁ ପାଟଣାଗଡ଼ ଅବକାରୀ ବିଭାଗର ଅଫିସକୁ ଆଣି ଅଧିକ ପଚରାଉଚରା କରି ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ପାଟଣାଗଡ଼ ଅବକାରୀ ବିଭାଗର ଅଧିକାରୀ ସତ୍ୟ ନାରାୟଣ ଦାସ କହିଛନ୍ତି.