ଦିଲ୍ଲୀରେ ଚିନ୍ତା ବଢ଼ାଉଛି କରୋନା : ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀ ଆକ୍ରାନ୍ତ

0

ସାରା ବିଶ୍ୱରେ ମହାମାରୀ କରୋନା ଭାଇରସ୍ ଦ୍ଵାରା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି l କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବା ସହ ଏହି ମହାମାରୀ ଭାଇରସ୍ ରେ ମୃତକଙ୍କ ସଂଖ୍ଯା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି l ଭାରତରେ ମଧ୍ୟ ମହାମାରୀ କରୋନା ଭାଇରସ୍ ତାହାର କାୟା ବିସ୍ତାର କରିବାରେ ଲାଗିଛି l କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ ରାଜଧାନୀ ଦିଲ୍ଲୀରେ 2376 ଜଣ କରୋନା ରେ ଆକ୍ରାନ୍ତ ହୋଇଥିବା ବେଳେ 50 ଜଣ ଆକ୍ରାନ୍ତ ଙ୍କ ମୃତ୍ୟୁ ଘଟିଛି l ଏହାରି ଭିତରେ ଦିଲ୍ଲୀରୁ ଏକ ସାଂଘାତିକ ଚିତ୍ର ମଧ୍ୟ ସାମ୍ନା କୁ ଆସିଛି l ଦିଲ୍ଲୀର ଜଗଜୀବନ ରାମ ହସ୍ପିଟାଲରେ 7 ଜଣ ଡାକ୍ତର୍ ଏବଂ ସ୍ଵାସ୍ଥ୍ୟ କର୍ମଚାରୀ ମହାମାରୀ କରୋନା ଭାଇରସ୍ ଦ୍ଵାରା ଆକ୍ରାନ୍ତ ହୋଇଛନ୍ତି l ଶୁକ୍ରବାର ସେମାନଙ୍କ ନମୁନା ପରୀକ୍ଷା କରାଯାଇଛି l ସେମାନେ କରୋନା ଆକ୍ରାନ୍ତ ଜଣାପଡିବା ପରେ ସେମାନଙ୍କୁ ଆଇସୋଲେସନ୍ ରେ ରଖି ଚିକିତ୍ସା କରାଯାଉଛି l ପୂର୍ବରୁ ଏହି ହସ୍ପିଟାଲରେ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କୁ ମିଶାଇ 7 ଜଣ ଆକ୍ରାନ୍ତ ହୋଇଥିବା ବେଳେ ଏହି 7 ଜଣ ଙ୍କୁ ମିଶାଇ ଆକ୍ରାନ୍ତ ଙ୍କ ସଂଖ୍ୟା 14 କୁ ବୃଦ୍ଧି ପାଇଛି l

Leave A Reply

Your email address will not be published.