ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢାଉ, ଚାଲିଛି କାଗଜପତ୍ର ଯାଞ୍ଚ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ କଟକ ଓଡ଼ିଆ ବଜାରସ୍ଥିତ ଘର ଓ ଲିଙ୍କ ରୋଡରେ ଥିବା ଅଫିସ୍‌ରେ ସିବିଆଇ ପକ୍ଷରୁ ଚାଲିଛି ଚଢ଼ାଉ । କଟକ ବ୍ୟତୀତ ପାରାଦୀପର ବିଭିନ୍ନ ସ୍ଥାନରେ ସିବିଆଇ ଟିମ୍‌ ପକ୍ଷରୁ ଚଢ଼ାଉ ଜାରି ରହିଛି । ଏନେଇ ସିବିଆଇ ପକ୍ଷରୁ କୌଣସି ନିର୍ଦ୍ଧିଷ୍ଟ ସୂଚନା ଦିଆଯାଇ ନଥିବା ବେଳେ, ପାରାଦୀପରେ ଘଟିଥିବା ଏକ ହତ୍ୟାକାଣ୍ଡ ସଂପର୍କରେ ସିବିଆଇ ମହିମା ମିଶ୍ରଙ୍କ ଘର ଓ ଅଫିସରେ ଚଢାଉ କରୁଥିବା କୁହାଯାଉଛି ।

ବିଶିଷ୍ଟ ଶିଳ୍ପପତୀ ସିବିଆଇ ଜାଲରେ ଫସିଛନ୍ତି ଶିଳ୍ପପତି ମହିମା ମିଶ୍ର । କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ସିବିଆଇ ପକ୍ଷରୁ ରେଡ କରାଯାଇଥିବା ସୂଚନା । ଏହାସହ କଟକ ଲିଙ୍କରୋଡ ସ୍ଥିତ ଙଝଖ କାର୍ଯ୍ୟଳୟରେ ଚଢାଉ କରପାଇଛି । ସେହିଭଳି ଓଡିଆ ବଜାରରେ ଥିବା ମହିମା ମିଶ୍ରଙ୍କ ବାସଭବନରେ ବି ରେଡ ହୋଇଛି । ତେବେ ଏହି ରେଡ୍ କାରଣ କଣ ତାହା ଜଣାପଡିନି ।

ସୂଚନା ଥାଉକି ବହୁଚର୍ଚ୍ଚିତ ସିୱେଜ ସିପିଙ୍ଗ୍ ଆଣ୍ଡ ଲଜିଷ୍ଟିକ ପ୍ରାଇଭେଟ ଲିମିଟେଡ ପାରାଦ୍ୱିପ ଶାଖାର ପରିଚାଳକ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ହୋଇଥିବା ଶିଳ୍ପପତି ମହିମା ମିଶ୍ରଙ୍କୁ ୨୦୨୧ ନଭେମ୍ୱର ମାସରେ ମିଳିଥିଲା ଜାମିନ୍ । ବ୍ୟବସାୟିକ ଶତ୍ରୁତା କାରଣରୁ ସିୱେଜ ସିପିଙ୍ଗ୍ ଆଣ୍ଡ ଲଜିଷ୍ଟିକ ପ୍ରାଇଭେଟ ଲିମିଟେଡ ପାରାଦ୍ୱିପ ଶାଖାର ପରିଚାଳକ ମହେନ୍ଦ୍ର ସ୍ୱାଇଁଙ୍କୁ ୨୬ ଅକ୍ଟୋବର ୨୦୧୬ରେ ତାଙ୍କ କାର୍ଯ୍ୟଳୟକୁ ଯିବାବେଳେ ବୋମା ଫିଙ୍ଗି ହତ୍ୟା କରାଯାଇଥିଲା ।

ମହିମା ମିଶ୍ରଙ୍କ ଇଙ୍ଗିତରେ ମହେନ୍ଦ୍ରଙ୍କୁ ହତ୍ୟା କରାଯାଇଥିଲା । ତେବେ ମୁଖ୍ୟ ଅଭିଯୁକ୍ତ ମହିମା ମିଶ୍ର ଚେନ୍ନାଇ, ଦିଲ୍ଲୀ, ନେପାଳ ବାଟ ଦେଇ ଥାଇଲାଣ୍ଡରେ ଯାଇ ଲୁଚିଥିଲେ । ପୋଲିସ ପକ୍ଷରୁ ଲୁକଆଉଟ ନୋଟିସ ଜାରି କରାଯିବା ପରେ ମହିମାଙ୍କୁ ବ୍ୟାଙ୍କକ୍‌ରୁ ଗିରଫ କରାଯାଇ ଓଡ଼ିଶା ଅଣାଯାଇଥିଲା ।

Leave A Reply

Your email address will not be published.