ଭୁବନେଶ୍ବର: ଶାଶୂଘର ନିର୍ଯାତନା ଅସହ୍ୟ ହେବା ପରେ ନବବଧୂଙ୍କ ଆତ୍ମହତ୍ୟା ଅଭିଯୋଗ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ବିବାହର ୨ମାସ ନପୁରୁଣୁ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ। ଶାଶୂଘର ନିର୍ଯାତନା ଅସହ୍ୟ ହେବା ପରେ ନବବଧୂଙ୍କ ଆତ୍ମହତ୍ୟା ଅଭିଯୋଗ। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଜିଜିପି କଲୋନୀରେ ଏଭଳି ଘଟଣା ଘଟିଛି। ମୃତ ନବବଧୂ ନିଆଳିର ପ୍ରଜ୍ଞା ପରମିତା ସ୍ୱାଇଁ। ଗତ ଜୁନ୍‌ ୮ ତାରିଖରେ ପଟିଆର ପ୍ରଶାନ୍ତ ପାତ୍ରଙ୍କ ସହ ପ୍ରଜ୍ଞାଙ୍କ ବିବାହ ହୋଇଥିଲା। ମାତ୍ର ୧୦ ଦିନ ପରେ ପ୍ରଜ୍ଞାଙ୍କ ଦାନ୍ତବିନ୍ଧା ହେବା ପରେ ସେ କ୍ୟାନସରରେ ପୀ଼ଡ଼ିତ ହୋଇଥିବା ଅଭିଯୋଗ ଆଣିଥିଲେ ଶାଶୂଘର। ତାଙ୍କୁ ଘରୁ ତଡି ଦେଇଥିଲେ।

ଏହା ପରଠାରୁ ସେ ମାନସିକ ଦୁଶ୍ଚିନ୍ତାରେ ଗତି କରୁଥିଲେ। ନିର୍ଯାତନା ସହି ନପାରି ଆତ୍ମହତ୍ୟା କରିଥିବା  ମହିଳାଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି। ଏହା ସହ ତାଙ୍କ ଦାନ୍ତ ମାଢିରେ ସାମାନ୍ୟ ସମସ୍ୟା ନେଇ ଡାକ୍ତର ସ୍ପଷ୍ଟ କରିଥିଲେ ମଧ୍ୟ ଶାଶୂଘର ଲୋକେ ତାଙ୍କୁ ଗ୍ରହଣ କରିନଥିବା ସେ କହିଛନ୍ତି। ଏପରିକି ମହିଳାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ତାଙ୍କ ଶାଶୂଘର ଲୋକେ ଆସିନଥିଲେ। ପ୍ରଜ୍ଞାଙ୍କ ମୃତ୍ୟୁ ନେଇ ଶାଶୂଘର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶାଶୂଘର ଲୋକଙ୍କୁ ତଦନ୍ତ ପରିସର ଭୁକ୍ତ କରିଛି।

Leave A Reply

Your email address will not be published.