ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଲେ ଅମିତ ଶାହ,ଗୋଟିଏ ମଞ୍ଚରେ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
ଓଡିଆ ନ୍ୟୁଜ୍(ବ୍ୟୁରୋ): ଗୋଟିଏ ମଞ୍ଚରେ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ । ଏକାଠି ମଞ୍ଚରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକ ଇନ୍ଡୋର ଷ୍ଟାଡିୟମରେ ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ପ୍ରଜାତନ୍ତ୍ରର ସ୍ୱନକ୍ଷତ୍ର ଦିବସରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସାଧାରଣ ଲୋକଙ୍କ ସ୍ୱର ହେଉ ଗଣମାଧ୍ୟମ। ଗଣତନ୍ତ୍ରରେ ଗଣମାଧ୍ୟମ ସାଧାରଣ ଲୋକଙ୍କ କଥା କହିଥାଏ।
ଗଣମାଧ୍ୟମ ଗଣତନ୍ତ୍ରର ମୁଲ୍ୟବୋଧକୁ ପ୍ରମାଣିତ କରିଥାଏ ବୋଲି ସେ କହିଛନ୍ତି। ଏହାସହ ଗଣମାଧ୍ୟମ ନିର୍ଭୟରେ ଲୋକଙ୍କ ସମସ୍ୟା ପ୍ରକାଶ କରୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି ପାଳନ ଏକ ବଡ଼ କଥା। ଓଡ଼ିଶାର ବିକାଶ ପାଇଁ ଅପାର ସମ୍ଭାବନା ରହିଛି। ଦେଶର ବହୁ ବଡ଼ ପଦପଦବୀରେ ଏବେ ଓଡ଼ିଆ ମାନେ ଅଛନ୍ତି। ଓଡ଼ିଶାର ଦ୍ରୌପଦୀ ମୁର୍ମୁ ଏବେ ଦେଶର ରାଷ୍ଟ୍ରପତି। ଏହା ଦେଶ ପାଇଁ ଏକ ଗୌରବର କଥା ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ। ଓଡ଼ିଶା ପାଇଁ ଅଚ୍ଛେଦିନ ଆସିଥିବା ସେ କହିଛନ୍ତି।…କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଭର୍ତ୍ତୃହରି ମହତାବ ଓ ବିଶିଷ୍ଟ ଲେଖିକା ପ୍ରତିଭା ରାୟ ମଧ୍ୟ ଉପସ୍ଥିତ ଥିଲେ।.