ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳି କୋଣାର୍କକୁ ବିଶ୍ବସ୍ଥରୀୟ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଛେଦ ପ୍ରକ୍ରିୟା ଆରମ୍ଭ, ପୋଲିସ ଓ ବ୍ୟବସାୟୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଆଜି ପୂର୍ବାହ୍ନରେ ସୂର୍ଯ୍ୟ ମନ୍ଦିର ସମ୍ମୁଖସ୍ଥ ନିଷିଦ୍ଧାଞ୍ଚଳରେ ଦୀର୍ଘଦିନ ଧରି ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ଶତାଧିକ ବ୍ୟବସାୟୀଙ୍କୁ ପ୍ରଶାସନ ପକ୍ଷରୁ ଉଛେଦ କରାଯାଇଛି । ଉଛେଦ ସମୟରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସ ଓ ବ୍ୟବସାୟୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ବ୍ୟବସାୟୀମାନେ ଥଇଥାନ ଦାବିକରି ନିଜ ନିଜ ଦୋକାନ ସମ୍ମୁଖରେ ଶୋଇ ରହି ପ୍ରତିବାଦ କରିଥିଲେ । ପୋଲିସ ବଳପୂର୍ବକ ସେମାନଙ୍କୁ ହଟାଇ ଉଛେଦ ପ୍ରକ୍ରିୟା ଆରମ୍ଭ କରିଥିଲା ।
ଘଟଣା ସ୍ଥଳରେ ଅତିରିକ୍ତ ଏସପି, ତହସିଲଦାର, ତିନିଜଣ ଥାନାଧିକାରୀ, କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ । କୋଣାର୍କ କୋର୍ଟ ଠାରୁ ନବଗ୍ରହ ପ୍ରବେଶ ପଥ ଏବଂ ମଙ୍ଗଳା ମନ୍ଦିର ପର୍ଯ୍ୟନ୍ତ ରାସ୍ତା କଡରେ ବସି ବ୍ୟବସାୟ କରୁଥିବା ବ୍ୟବସାୟୀ ମାନଙ୍କୁ ହଟାଇ ଦିଆଯାଇଛି । ଆଗକୁ ଏହି ପ୍ରକ୍ରିୟା ଜାରିରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.