ଅଲୁ ଅର୍ଜୁନ ଏହି ମଦ ବିଜ୍ଞାପନ କରିବାକୁ ମନା କରିବା ପରେ ଏହାକୁ ଫିଲ୍ମ ଇଣ୍ଡଷ୍ଟ୍ରୀ ଟ୍ରାକର ଏମ୍ ବିଜୟବାଲାନ୍ ଟ୍ୱିଟ କରିଥିଲେ । ସେ ଟ୍ୱିଟରେ ଲେଖିଥିଲେ ଯେ ମଦ ବିଜ୍ଞାପନ କରିବାକୁ ଅଲୁ ଅର୍ଜୁନଙ୍କୁ ୧୦ କୋଟି ଟଙ୍କା ଅଫର ମିଳିଥିବା ବେଳେ ସେ ଏହାକୁ ମନା କରିଦେଛନ୍ତି । ତେବେ ଅନ୍ୟମାନେ ତାଙ୍କୁ ଅନୁସରଣ କରିବା ଆବଶ୍ୟକ । ଏଥି ସହିତ ଏମ୍ ବିଜୟବାଲାନ୍ ଟ୍ୱିଟରେ ଏହା ମଧ୍ୟ ଲେଖିଥିଲେ ଯେ ଅଲୁ ଅର୍ଜୁନ ଏବେ ବ୍ରାଣ୍ଡ ପ୍ରମୋସନ ପାଇଁ ୭.୫ କୋଟି ଟଙ୍କା ନେଉଛନ୍ତି । ତେବେ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଏହି ନିଷ୍ପତି ପରେ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ବିଶେଷକରି ତାଙ୍କ ଅନୁଗାମୀ ମାନେ ତାଙ୍କୁ ସୋସିଆଲ ମିଡିଆରେ ଅନେକ ପ୍ରଶଂସା କରିଛନ୍ତି।