ରାଜଭବନରେ ସ୍ଥାପିତ ଭାରତମାତାଙ୍କ ମୂର୍ତ୍ତିକୁ ଅନାବରଣ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ପବିତ୍ର ସ୍ୱାଧୀନତା ଦିବସରେ ରାଜଭବନରେ ସ୍ଥାପିତ ଭାରତମାତାଙ୍କ ମୂର୍ତ୍ତିକୁ ରାଜ୍ୟ ପାଳ ପ୍ରଫେସର ଗଣେଶୀ ଲାଲ ଅନାବରଣ କରିଛନ୍ତି । ମୂର୍ତ୍ତି ଅନାବରଣ କରି ରାଜ୍ୟ ପାଳ ପ୍ରଫେସର ଲାଲ ଭାରତକୁ କେବଳ ମାତ୍ର ଭୁଗୋଳ ନୁହେଁ, ଜୀବନ୍ତ ଦେବୀ ଏବଂ ଆଦିଶକ୍ତିଙ୍କ ଏକ ରୂ ପ ଭାବେ ଅଭିହିତ କରିଛନ୍ତି । ସମଗ୍ର ବିଶ୍ୱର କଲ୍ୟାଣ ଉଦ୍ଦେଶ୍ୟରେ ମାତାଙ୍କର ଆବିର୍ଭାବ ହୋଇଛି ବୋଲି ଉଲ୍ଲେଖ କରି ପ୍ରଫେସର ଲାଲ ଏହି ମୂର୍ତ୍ତି ଆମ ସମସ୍ତଙ୍କୁ ଅନୁପ୍ରାଣିତ ଓ ଅନୁପ୍ରରିତ କରିବ ବୋଲି ଆଶା ପ୍ରକଟ କରିଛନ୍ତି ।

ଉତ୍ସବରେ ପଦ୍ମଭୂଷଣ ବିଜୟିନୀ ପ୍ରତିଭା ରାୟଙ୍କ ସହ ପଦ୍ମଶ୍ରୀ ପ୍ରାପ୍ତା ପ୍ରିୟଞ୍ଚଦା ମହାନ୍ତି ହେଜମାଦି, ତୁଳସୀ ମୁଣ୍ଡା, କୁମ୍‌କୁମ୍‌ ମହାନ୍ତି, ଇଲିଆନା ସିତାରିଷ୍ଟ, ଅରୁଣା ମହାନ୍ତି, ସାବରମତୀ ଓ ଶ୍ୟାମାମଣି ଦେବୀ ଅତିଥି ରୂପେ ଯୋଗଦେଇଥିଲେ । ଶିଳ୍ପୀ ବିଶ୍ୱନାଥ ରଣା ଭାରତମାତାଙ୍କ ଏହି ମୂର୍ତ୍ତି ନିର୍ମାଣ କରିଛନ୍ତି । ରାଜ୍ୟ ପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଓ ରାଜଭବନର ଅଧୀକାରୀ ତଥା କର୍ମଚାରୀମାନେ କାର୍ଯ୍ୟକ୍ରମରେ ଉ ପସ୍ଥିତ ଥିଲେ ।

Leave A Reply

Your email address will not be published.