ଆଖୁଆପଦାଠାରେ ବିପଦ ସଙ୍କେତ ଟପିଛି ବୈତରଣୀ, ଧାମନଗର ବ୍ଲକରେ ପଶିଛି ପାଣି

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଲଗାଣ ବର୍ଷାରେ ବୈତରଣୀ ନଦୀର ଜଳ ପତ୍ତନ ବଢିବା ପରେ ଭଦ୍ରକ ଜିଲ୍ଲାର ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକରେ ବନ୍ୟା । ଆଖୁଆପଦାଠାରେ ବିପଦ ସଙ୍କେତ ଟପିଛି ବୈତରଣୀ । ଏଠାରେ ବିପଦ ସଙ୍କେତ ସ୍ତର ୧୭.୮୩ ମିଟର ଥିବା ବେଳେ ୧୮. ୭୩ ମିଟର ଉପରେ ବନ୍ୟାଜଳ ପ୍ରଭାବିତ ହେଉଛି । ଧାମନଗର ବ୍ଲକରେ ପଶିଛି ବୈତରଣୀର ପାଣି । ଫଳରେ ବ୍ଲକର ଆନନ୍ଦପୁର, ସୋହଡା, କରଦା, ଓ ପ୍ରଧାନୀ ଆଦି
୫ଟି ପଞ୍ଚାୟତର ଚାଷ ଜମି ଜଳମଗ୍ନ ହୋଇଛି । ସେହିପରି ଭଣ୍ଡାରୀପୋଖରୀ ବ୍ଲକର ମାଳଦା, ଷୋଳମପୁର, ନପଙ୍ଗ ପଞ୍ଚାୟତର ଜମିରେ ବନ୍ୟାଜଳ ମାଡିଛି । ଏପଟେ ଧାମନଗର ଦେଇ ପ୍ରବାହିତ ରେବ, କପାଳୀ ନଦୀରେ ବନ୍ୟା ଆସିଛି । ଫଳରେ କାଶୀମପୁର, ଫତେପୁର ଓ ଅସୁରାଳି ଅଞ୍ଚଳର କିଛି ଗାଁରେ ପାଣି ମାଡ଼ିଛି । ବୈତରଣୀରେ ବନ୍ୟା ଆସିବା ଯୋଗୁଁ ଧାମନଗର ବ୍ଲକ ସୋହଡା ପଞ୍ଚାୟତ ସମ୍ପୂର୍ଣ୍ଣ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଏପଟେ ଭଦ୍ରକ ଜିଲ୍ଲାପାଳ ଧାମନଗର ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ।

Leave A Reply

Your email address will not be published.