ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ମଦ୍ୟପଙ୍କ ଉପରେ ଚଢ଼ାଉ, ଦିନରାତି ଲାଗି ରହୁଥିଲା ମଦୁଆଙ୍କ ଉତ୍ପାତ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ସମ୍ପ୍ରତି ଭୁବନେଶ୍ୱର ର ଅତି ସମ୍ବେଦନ ଶୀଳ ଅଞ୍ଚଳ ଭାବେ ଜଣାଶୁଣା ମାଷ୍ଟର କ୍ୟାଣ୍ଟିନ ଅଞ୍ଚଳଟି ପ୍ରାୟତଃ ମଦ୍ୟପ ଓ ଅସାମାଜିକ ତତ୍ତ୍ୱ ଙ୍କ କବଜାକୁ ଚାଲିଗଲା ଭଳି ମନେ ହେଉଛି।ପ୍ରତ୍ୟହ ସଞ୍ଜ ନଇଁଲେ ବିଶେଷତ୍ୱ ସରକାରୀ ରେଳବାଇ ଥାନା ଅଧୀନରେ ଥିବା ରେଳ ଷ୍ଟେସନ ର ସମ୍ମୁଖ ଅଞ୍ଚଳ ଏବଂ ଖାରବେଳ ଥାନା ଅନ୍ତର୍ଗତ ଜୟ ପ୍ରକାଶ ନାରାୟଣ ପାର୍କ ଓ ହୋଟେଲ କେଶରୀ ପାର୍ଶ୍ୱରେ ଥିବା ଏକ ଠିପି ବନ୍ଦ ମଦ ଦୋକାନ ସମ୍ମୁଖରେ ପ୍ରତ୍ୟହ ଦିନ ରାତି ଚବିଶି ଘଣ୍ଟା ମଦ୍ୟପ ମାନଙ୍କ ଉତ୍ପାତ ଲାଗି ରହୁଛି।

ଖାରବେଳ ଥାନା ପକ୍ଷରୁ ମଦ୍ୟପ ମାନଙ୍କ ଉପରେ ଚଢ଼ାଉ କରାଯାଇ ଜୋରିମାନା ଆଦାୟ କରାଯାଉଥିଲେ ମଧ୍ୟ କିଛି ସୁଫଳ ମିଳୁଥିବା ଭଳି ଅନୁଭବ ହେଉନାହିଁ।ସେହିଭଳି ଜୟ ପ୍ରକାଶ ନାରାୟଣ ପାର୍କ ପାଶ୍ୱରେ କିଛି ଅସାମାଜିକ କିନ୍ନର ରାତି ନଅଟା ପରେ ଏକତ୍ରିତ ହୋଇ ରାସ୍ତାରେ ଯାତାୟାତ କରୁଥିବା ସାଧାରଣ ଲୋକ ଓ ରେଳ ଯାତ୍ରୀ ଙ୍କ ଉପରେ ଅସଦ ବ୍ୟବହାର କରିବା ସହ ଟଙ୍କା ପଇସା ଛଡ଼ାଇ ନେଉଥିବା ଅଭିଯୋଗ ହେଉଛି।ମାତ୍ର ଏ ସମ୍ପର୍କରେ ବାରମ୍ବାର ଗଣମାଧ୍ୟମରେ ପ୍ରସାରିତ ହେଲେ ମଧ୍ୟ ସମ୍ପୃକ୍ତ ଥାନା ପକ୍ଷରୁ କୌଣସି ଦୃଷ୍ଟ।ନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯାଉ ନଥିବା ସ୍ଥାନୀୟ ବ୍ୟବସାୟୀ ମାନେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.