ଭୁବନେଶ୍ବରରେ ବୁଲୁଛନ୍ତି ଅଚିହ୍ନା ହତ୍ୟାକାରୀ, ଶୋଇଥିବା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କୁ କଲେ ହତ୍ୟା ଉଦ୍ୟମ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଗୁରୁବାର ବିଲମ୍ବିତ ରାତ୍ରିରେ ରକ୍ତରଞ୍ଜିତ ହୋଇଛି ମାଷ୍ଟର କ୍ୟାଣ୍ଟିଂନ ଷ୍ଟେସନ ସମ୍ମୁଖ ଅଞ୍ଚଳ।ଭୁବନେଶ୍ୱର ରେଳ ଷ୍ଟେସନ ପରିସରରେ ଥିବା ଏକ ତ୍ରିନାଥ ମନ୍ଦିର ରେ ରହୁଥିବା ଶଙ୍କର ସାହୁ ନାମକ ଜୈନକ ବ୍ୟକ୍ତିଙ୍କୁ ଶୋଇଥିବା ଅବସ୍ଥାରେ ହତ୍ୟା ଉଦ୍ୟମ ହୋଇଥିବା ବେଳେ ସେ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି।ମିଳିଥିବା ଖବରରୁ ଜଣା ପଡ଼ିଛି ଯେ, ଶଙ୍କର ସରକାରୀ ରେଳବାଇ ଥାନା ଅଂଚଳରେ ଥିବା ଏକ ଝୁମ୍ପୁଡି ହୋଟେଲର ଖାଇବା ଟେବୁଲ ଉପରେ ରାତିରେ ଶୋଇ ଥିବା ସମୟରେ “ପଣ୍ଡା” ନାମକ ଜନୈକ ଯୁବକ ଆସି ଅତର୍କିତ ଭାବେ ଏକ ଧାରୁଆ ଅସ୍ତ୍ରରେ ଆଘାତ କରିଥିଲା।

ଏହି ସମୟରେ ଶଙ୍କର ଚିତ୍କାର କରି ଟେବୁଲ ରୁ ତଳକୁ ପଡି ଯାଇଥିବା ବେଳେ କ୍ୟାପିଟାଲ ଥାନାର ଏକ ପିସିଆର ଭ୍ୟାନ ସେଠାରେ ପହଂଚି ଯାଇଥିଲା। ପିସିଆରରେ ନାଇଟ ପାଟ୍ରୋଲିଂ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀମାନେ ଆକ୍ରମଣକାରୀ ଯୁବକକୁ କବ୍ଜାକୁ ନେଇ ଗୁରୁତର ଭାବେ ଆହତ ଶଙ୍କରକୁ କ୍ୟାପିଟାଲ ହସ୍ପିଟାଲ ଭର୍ତ୍ତି କରିଥିଲେ।ଆକ୍ରମଣକାରୀ ଯୁବକକୁ କ୍ୟାପିଟାଲ ଥାନା ପୋଲିସ ଅଟକ ରଖି ପଚରା ଉଚରା କରୁଛି।ଅଭିଯୁକ୍ତ ଯୁବକ ଜଣକ ୧୦/୧୫ ଦିନ ପୂର୍ବରୁ ଜେଲରୁ ମୁକୁଳି ଥିବା ଜଣା ପଡ଼ିଛି।

Leave A Reply

Your email address will not be published.