ଆଜି ଜାତୀୟ କ୍ରୀଡ଼ା ଦିବସ, ଲୋକସେବା ଭବନରେ ୬ ଜଣ ପାଇବେ ସ୍ପୋର୍ଟସ୍ ଆୱାର୍ଡ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ଜାତୀୟ କ୍ରୀଡା ଦିବସ ଅବସରରେ ରାଜ୍ୟସରକାରଙ୍କ ତରଫରୁ ବିଜୁ ପଟନାୟକ ସ୍ପୋର୍ଟ୍ସ ଆୱାର୍ଡ 2021 ପ୍ରଦାନ କରାଯିବ।ଲୋକେସେବା ଭାବନାରେ ଆୟୋଜିତ ଏକ ସ୍ୱତନ୍ତ୍ର କାଯ୍ୟକ୍ରମରେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ପ୍ରଦାନ କରିବେ। 5 ଟି କାଟାଗୋରିରେ 6 ଜଣ ପାଇବେ ଏହି ପୁରସ୍କାର।ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତିଙ୍କୁ କ୍ରୀଡା କ୍ଷତ୍ରରେ ଅତୁଳନୀୟ ଅବଦାନ ପାଇଁ ଲାଇଫଟାଇମ ଆଚିବମେଣ୍ଟ ପୁରସ୍କାର ପ୍ରଦାନ କରାଯିବ।

ସେହିଭଳି ମହିଳା ଭାରଉତ୍ତାଳକ ଝିଲି ଦଳବେହେରା,ସୁଟର ପାଇଁ ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯିବ।କ୍ରୀଡା ପ୍ରଶିକ୍ଷକ ଭାବରେ ବିଷ୍ଣୁ ପ୍ରସାଦ ମିଶ୍ର ଓ କ୍ରୀଡା ସାମ୍ବାଦିକ ଭାବରେ ବେଣୁଧର ଦାସଙ୍କୁ ସଂମାନିତ କରାଯିବର କାଯ୍ୟକ୍ରମ ରହିଛି।ଶ୍ରୀୟଙ୍କା ଷଡ଼ଙ୍ଗୀ ବର୍ତମାନ କିଟ ବିଶ୍ୱବିଧ୍ୟାଳୟରେ ଅଧୟନ କରୁଛନ୍ତି।

Leave A Reply

Your email address will not be published.