ବିଘ୍ନ ବିନାଶକଙ୍କ ପୂଜା ପାଇଁ ଚାରିଆଡ଼େ ଉତ୍ସବର ମାହୋଲ, ଉତ୍ସବ ମୁଖର ଗାଁଠୁ ସହର

0

ଓଡିଆ ନ୍ୟୁଜ୍(ବ୍ୟୁରୋ):   ଅଗ୍ରପୂଜ୍ୟଙ୍କୁ ଆବାହନ । ପୂଜାକୁ ନେଇ ଉତ୍ସବ ଉତ୍ସବ ମୁଖର ଗାଁଠୁ ସହର । ବିଘ୍ନ ବିନାଶକଙ୍କ ପୂଜା ପାଇଁ ଚାରିଆଡ଼େ ଉତ୍ସବର ମାହୋଲ । ଆବାଳବୃଦ୍ଧ ବନିତା ସମସ୍ତେ ତାଙ୍କୁ ପୂଜା କରନ୍ତି । ଗଣେଶ ହେଉଛନ୍ତି ଜ୍ଞାନ ଓ ପ୍ରଜ୍ଞାର ପ୍ରତୀକାତ୍ମକ ବିଗ୍ରହ । ଆଜି ଛାତ୍ରଛାତ୍ରୀମାନଙ୍କ ନୂତନ ବିଦ୍ୟାରମ୍ଭର ଏହି ଦିନ ହୋଇଥାଏ ।

ଶିକ୍ଷାନୁଷ୍ଠାନ, କ୍ଲବ ଓ ମଣ୍ଡପରେ ବ୍ୟାପକ ଆୟୋଜନ। ସୁନ୍ଦର ମୂର୍ତ୍ତି ଓ ଆକର୍ଷଣୀୟ ତୋରଣରେ ଝଲସୁଛି ଚାରିଆଡ଼ । କରୋନା ଯୋଗୁ ୨ ବର୍ଷ ହେବ କଟକଣାରେ ଗଣେଶ ପୂଜା ହେଉଥିଲା । ଏବର୍ଷ ବିନା କଟକଣାରେ ଗଣେଶ ପୂଜା ହେଉଥିବାରୁ ସବୁଠି ଉତ୍ସବର ମାହୋଲ । ତାଳଚେର ଓ ଜଟଣୀରେ ଚଳିତବର୍ଷ ବେଶ ଧୂମଧାମରେ ଗଣେଶ ପୂଜା କରାଯାଉଛି । ତାଳଚେରରେ ଶହେରୁ ଅଧିକ ମଣ୍ଡପରେ ପୂଜା ପାଇବେ ପ୍ରଭୁ ଗଜାନନ । ସେହିପରି ଜଟଣୀରେ ପାଖାପାଖି ୩ଶହ ମଣ୍ଡପରେ ଅଗ୍ରପୂଜ୍ୟଙ୍କ ଆବାହନ କରାଯାଉଛି ।

Leave A Reply

Your email address will not be published.