ଓଡିଆ ନ୍ୟୁଜ୍(ବ୍ୟୁରୋ): ଗତକାଲି ବିଳମ୍ବିତ ରାତ୍ରିରେ ଓ ଏମ ସି(OMC)ର ପୂର୍ବତନ ସିପିଏଫ ଗ୍ରାଚ୍ୟୁଟି ମ୍ୟାନେଜର ଭାବରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ଅଞ୍ଜନ କୁମାର ଚକ୍ରବର୍ତ୍ତୀ ବିଜେବି ନଗର ସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଥିବା ଜଣାପଡିଛି।ଗତ କିଛିଦିନ ଧରି ତାଙ୍କର ମାନସିକ ଅବସ୍ଥା ଠିକ ନଥିଲା ବୋଲି ତାଙ୍କ ପରିବାର ସୂତ୍ରରୁ ଜଣା ପଡ଼ିଛି।
ଗତକାଲି ବିଲମ୍ବିତ ରାତିରେ ତାଙ୍କ ନାତୁଣୀର ଦେହ ଅସୁସ୍ଥ ଥିବାରୁ ସମସ୍ତେ ଉପର ମହଲାରେ ବ୍ୟସ୍ତ ଥିବା ବେଳେ ସେ ସେ ତାଙ୍କ ଶୟନ କକ୍ଷରେ ଭିତରୁ କବାଟ ବନ୍ଦ କରି ଫ୍ୟାନରେ ଲୁଗା ଦ୍ୱାରା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସେ ଜଣେ ଅତ୍ୟନ୍ତ ପରୋପକାରୀ ବନ୍ଧୁ ବତ୍ସଳ ଓ କର୍ତବ୍ୟନିଷ୍ଠ ଥିଲେ ।ସେ ଗତ ଦଶ ବର୍ଷ ପୂର୍ବେ ଚାକିରୀ ରୁ ଅବସର ଗ୍ରହଣ କରିଥିଲେ।ତାଙ୍କର ମୃତ୍ୟୁ ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।