ଆଜି ଠୁ ରାଜ୍ୟରେ ବଢିବ ବର୍ଷା, ଆଗାମୀ ୨୪ ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷାର ସମ୍ଭାବନା

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଆଜି ଠୁ ରାଜ୍ୟରେ ବଢିବ ବର୍ଷାର ବିସ୍ତୃତି,ଆଗାମୀ 24ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷାର ସମ୍ଭାବନା । ସେପଟେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ରେ ଦାନ ବାନ୍ଧୁଛି ଏକ ଲଘୁଚାପ । ୭ ରେ ଘୁର୍ଣ୍ଣିବଳୟ ଓ ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସମ୍ଭାବନା ବୋଲି ଆଗୁଆ ଆକଳନ କରିଚି ଆଞ୍ଚଳିକ ପାଣିପାଗ ବିଭାଗ ।

 ଆକାଶରେ ନାହିଁ ଆଉ ଭସାଭସା ମେଘ ଖଣ୍ଡ । ଆକାଶ ନିର୍ମଳ ଆଭାସ ଦେଉଛି ଆସୁଛି ବଡ ବର୍ଷା । ଟାଇଁ ଟାଇଁ ଖରାରେ ଆଜିକୁ ୪ ଦିନ ହେବ ଡହଳ ବିକଳ ହେଉଥିଲେ ରାଜ୍ୟ ବାସୀ । ମୌସୁମୀ ଦୁର୍ବଳ ପ୍ରଭାବ ରେ ରାଜ୍ୟରେ ବଢିଥିଲା ତାପମାତ୍ରା । ଗତ 24 ଘଣ୍ଟା ମଧ୍ୟରେ 35 ଡିଗ୍ରୀ ଉପରେ ଥିଲା 20 ରୁ ଅଧିକ ସହର । ଆଜିଠୁ ତାତି ରୁ ମିଳିବ ତ୍ରାହି । ଆଜି ଠୁ ରାଜ୍ୟରେ ବଢିବ ବର୍ଷାର ବିସ୍ତୃତି। ଆଗାମୀ 24ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷାର ସମ୍ଭାବନା । ଆଗାମୀ 4 ରୁ 5 ଦିନ ଯାଏଁ ରାଜ୍ୟର କିଛି କିଛି ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ପାଇଁ ୟେଲୋ ୱାର୍ନ ଜାରି ହୋଇଛି ।

ସେପଟେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଦାନା ବାନ୍ଧୁଚି ଏକ ଲଘୁଚାପ । ୭ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ
ସୃଷ୍ଟି ହେବ ଘୁର୍ଣ୍ଣିବଳୟ। ଏହାର ପ୍ରଭାବରେ ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସମ୍ଭାବନା। ୮ ରୁ ବର୍ଷା ର ପରିମାଣ ବଢିବ। ଦକ୍ଷିଣ ଓଡିଶା ରେ ଏହାର ପ୍ରଭାବ ଅଧିକ ରହିବ। ୯ ତାରିଖରେ ସାରା ରାଜ୍ୟରେ ରହିବ ବର୍ଷା। ଉପକୂଳ ସମେତ ଆଭ୍ୟନ୍ତରୀଣ ଜିଲ୍ଲା ର ୧୬ ଜିଲାରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଚି ଆଂଚଳିକ ପାଣିପାଗ ବିଭାଗ । ୧ ଜୁନ ରୁ ୫ ସେପ୍ଟେମ୍ବର ମଧ୍ୟରେ ୬ ଜିଲାରେ ସ୍ବଭାବିକ ଠାରୁ ଅଧିକ ବର୍ଷା ରେକର୍ଡ଼ ହୋଇଚି । ସେପ୍ଟେମ୍ବର ରେ ଦୁଇ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ଆଗୁଆ ଆକଳନ କରିଚି ପାଣିପାଗ କେନ୍ଦ୍ର।

Leave A Reply

Your email address will not be published.