କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ  ନିତ୍ୟାନନ୍ଦ ରାୟଙ୍କ କଟକ ଗସ୍ତ, ଚଣ୍ଡୀଙ୍କୁ କଲେ ଦର୍ଶନ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ  ନିତ୍ୟାନନ୍ଦ ରାୟ ତାଙ୍କ କଟକ ଗସ୍ତର ଦ୍ଵିତୀୟ ଦିବସର ଶୁଭାରମ୍ଭ କରିଥିଲେ ସକାଳୁ କଟକ ଆରାଧ୍ୟା ଦେବୀ ମା କଟକ ଚଣ୍ଡୀଙ୍କ ଦର୍ଶନରୁ।ସେଠାରେ କଟକ ଭାଜପା ମହିଳାମୋର୍ଚା ସଭାନେତ୍ରୀ ପ୍ରବୀଣା ମହାପାତ୍ର ଓ ରାଜ୍ୟ ସମ୍ପାଦିକା ରଶ୍ମିରେଖା ଦାସଙ୍କ ନେତୃତ୍ୱରେ ମହିଳା ମାନେ ସ୍ୱାଗତକରି ମନ୍ଦିର ଦର୍ଶନ କରାଇଥିଲେ।ଏହାପରେ ସେ ନେତାଜୀଙ୍କ ଜନ୍ମସ୍ଥାନ ପରିଦର୍ଶନ କରିଥିଲେ।ସେଠାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲକ୍ଷ୍ମୀଧର ପ୍ରଧାନ, କର୍ପୋରେଟର ଗଗନ ଓଝା ଓ ଲକ୍ଷ୍ମୀଧର ବେହେରା ଙ୍କ ନେତୃତ୍ୱରେ କର୍ମୀମାନେ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଇ ପରିସର ବୁଲାଇଥିଲେ।

ପରେ ସେ ସର୍କିଟ ହାଉସରେ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଓଡିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଯୋଜନା ବାବଦ କୁ ଦେଇଥିବା ପ୍ରଚୁର ଅର୍ଥ ତଥା ବିପୁଳ ସୁଯୋଗ ଗୁଡିକୁ ଏକ ଏକ କରି ବ୍ୟାଖ୍ୟା କରିଥିଲେ।ସେଠାରୁ ସେ କଟକ ସଦର ସଂଗଠନ ସଭାପତି ପ୍ରକାଶ ବେହେରାଙ୍କ ନେତୃତ୍ୱରେ ହେଉଥିବା ଜିଲ୍ଲା କାର୍ଯ୍ୟକାରିଣୀ ରେ ଯୋଗଦେଇ ଉପସ୍ଥିତ ୩୦୦ରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତା ଙ୍କର ୨୦୨୪ ନିର୍ବାଚନ ପାଇଁ ନୈତିକ ମନୋବଳ ବଢ଼ାଇଥିଲେ।ବୁଥ କମିଟି,ଶକ୍ତିକେନ୍ଦ୍ର ଗୁଡିକୁ ଶତ ପ୍ରତିଶତ ପ୍ରସ୍ତୁତ କରି ଜନତାଙ୍କ ପାଖକୁ ମୋଦିଜୀଙ୍କ ବାର୍ତ୍ତା ପହଞ୍ଚାଇବାକୁ କହିଥିଲେ।

ଏଠାରେ ରାଜ୍ୟ ସାଧାରଣ ସମ୍ପାଦକ(ସଂଗଠନ) ମାନସ କୁମାର ମହାନ୍ତି,ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ,ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଦିଲ୍ଲୀପ ମଲ୍ଲୀକ,ଲୋକସଭା ପ୍ରଭାରୀ ଶ୍ରୀ ପ୍ରତାପ ମିଶ୍ର,ସଂଯୋଜକ ଶ୍ରୀ ସୁକାନ୍ତ ବିଶ୍ୱାଳ,ବରିଷ୍ଠ ନେତା ଶ୍ରୀ ପିତାମ୍ଵର ଆଚାର୍ଯ୍ୟ,ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ବିଭୁପ୍ରସାଦ ତରାଇ ଆଦି ପ୍ରମୁଖ ନେତା ଉପସ୍ଥିତ ରହି ଆବଶ୍ୟକୀୟ ମାର୍ଗଦର୍ଶନ କରାଇଥିଲେ।।

ଏହାପରେ ଧାକୁଲେଇ ମଣ୍ଡପରେ ସଂଯୁକ୍ତ ମୋର୍ଚ୍ଚା ର ବୈଠକ ନେଇଥିଲେ।ଉପସ୍ଥିତ ପ୍ରତ୍ୟେକ କାର୍ଯ୍ୟକର୍ତା ନୂତନ ମତଦାତାଙ୍କୁ ବିଜେପିରେ ସାମିଲ କରାଇ ମୋର୍ଚ୍ଚା ଗୁଡିକର କଳେବର ବୃଦ୍ଧି କରିବାକୁ ନିବେଦନ କରିଥିଲେ।ଏଥିରେ କଟକନଗର ଓ ସଦରର ମୋର୍ଚ୍ଚା ସଭାପତି ସର୍ବଶ୍ରୀ ସତ୍ୟବ୍ରତ ମିଶ୍ର,ପ୍ରବୀଣା ମହାପାତ୍ର, ଜାଜ୍ଞସେନି ଜେନା,ମହମ୍ମଦ ସବିର,ମହେନ୍ଦ୍ର ମହାନ୍ତି, ଶିବପ୍ରସାଦ ସେଠି,ସରୋଜ ସେଠୀ,ଶିବପ୍ରସାଦ ନାଏକ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ କାର୍ଯ୍ୟକର୍ତା ଯୋଗଦେଇଥିଲେ।ସମସ୍ତ ସ୍ଥାନରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଗୁଡିକର ସୁପରିଚାଳନା କରାଇଥିଲେ କଟକନଗର ଜିଲ୍ଲା ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ,ସାଧାରଣ ସମ୍ପାଦକ ବୈଦେଶ୍ୱର ପଣ୍ଡା,ବିଶ୍ୱରଂଜନ ମିଶ୍ର ଓ ବିବେକାନନ୍ଦ ନାଏକ।ଶେଷରେ ସେ ଦିଲ୍ଲୀ ଫେରିବା ପାଇଁ ଭୁବନେଶ୍ୱର ଏଆରପୋର୍ଟ ଯାଇଥିଲେ।

Leave A Reply

Your email address will not be published.