ଆସନ୍ତା ୨୦ରେ ମନ୍ତ୍ରୀ, ସଚିବ ଓ ନିର୍ଦେଶକ ମାନଙ୍କୁ ନେଇ ବୈଠକ ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ଚିଠିପ ରେ ଆମରଣ ଅନଶନ ସ୍ଥଗିତ ରଖିଲା ଓଡିଶା ଅଭିଭାବକ ମହାସଂଘ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ସୋମବାର ସକାଳ 10. ଟା ସମୟରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଯୁକ୍ତ ସମୀର ରଞ୍ଜନ ଦାସଙ୍କ ୟୁନିଟ 1 ସ୍ଥିତ ବାସଭବନ ସମ୍ମୁଖରେ ଓଡିଶା ଅଭିଭାବକ ମହାସଂଘ ତରଫରୁ ସାତ ଦଫା ଦାବୀ ନେଇ ଆମରଣ ଅନଶନ କରା ଯାଇଥିଲା l ଦାବୀ ଗୁଡିକ ହେଲା
1. ସ୍କୁଲରେ ଯେଉଁ ସୁବିଧା ଯୋଗାଉଛନ୍ତି, ସେହି ଅନୁସାରେ ଫିସ ନିର୍ଧାରଣ l
2. କରୋନା ପାଇଁ ସ୍କୁଲ ଫିସ ଛାଡ଼ ନିର୍ଦେଶର କାର୍ଯ୍ୟକାରୀ ନେଇ ସ୍କୁଲ ଅନୁଯାଇ ରିପୋର୍ଟ ଦାଖଲ 3.ଆଇନତଃ ସ୍କୁଲ ବ୍ୟାଗ ଓଜନ 1.5 କେଜି ରୁ 5 କେଜି ପଯ୍ୟନ୍ତ ଥିବା ନିୟମଓ ସବୁ ସ୍କୁଲ ମାନଙ୍କୁ ଓ NCERT ବହି ରେ ପାଠ ପଢାନ୍ତୁ l
4. ଶିକ୍ଷା ଅଧିକାର ଆଇନ ଅନୁଯାଇ 25% ମାଗଣା ସିଟରେ ପୁଣିଥରେ ପୋର୍ଟାଲ ଖୋଲି ଆଡ଼ମିସନ କରାଯାଉ l
5. ବିନା ସ୍ୱୀକୃତି ରେ ଚାଲୁଥିବା ବେଆଇନ ସ୍କୁଲ ବନ୍ଦ ସହ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ l
6. ସର୍ବସାଧାରଣଙ୍କ ପଇସା ନେଇ ଶହ ଶହ କୋଟି ଟଙ୍କା କାରବାର କରୁଥିବାରୁ ପ୍ରାଇଭେଟ ସ୍କୁଲ ମାନଙ୍କୁ ଏକ ସ୍ୱତନ୍ତ୍ର ଅଡିଟ କରାଯାଉ l
7. ପ୍ରାଇଭେଟ ସ୍କୁଲରେ ଏକାଦଶ ଶ୍ରେଣୀରେ କ୍ଲାସ ପ୍ରମୋସନ ଆଧାରରେ ସେହି ସ୍କୁଲ ପିଲାଙ୍କୁ ସୁପ୍ରିମ କୋର୍ଟଙ୍କ ପରାମର୍ଶ ଅନୁଯାଇ ଆଡ଼ମିସନ କରାଯାଉ l ପୂର୍ବରୁ ବହୁବାର ଏହି ଦାବୀ ନେଇ ବିଭିନ୍ନ ଆଲୋଚନା ହୋଇଥିଲେ ବି କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ମହାସଂଘ ଏହି ଚରମ ନିଷ୍ପତ୍ତି ନେଇଥିଲା l ଏହି ଦାବୀ ଗୁଡିକ ଆଜିର ସମସ୍ୟା ନୁହେଁ କି ନିୟମ ବହିଭୁର୍ତ୍ତ ନୁହେଁ l

ସବୁ ଦାବୀ ଗୁଡିକ ସରକାରଙ୍କ ପୂର୍ବ ଆଦେଶ, ନିର୍ଦେଶ, ପରାମର୍ଶ, ସୁପାରିଶ ତଥା ତାଗିଦର ଅନ୍ତର୍ଭୁକ୍ତ l କିନ୍ତୁ ଏହି ସବୁ ନିୟମ ଆଇନ କାନୁନକୁ ପ୍ରାଇଭେଟ ସ୍କୁଲ ମାନେ ଫୁ ମାରି ଚାଲିଛନ୍ତି l ଲାଭାଖୋରୀ ତଥା ଅତ୍ୟଧିକ ମୁନଫଖୋରୀ ମନୋଭାବ ନେଇ ସେମାନେ ଅଭିଭାବକ ଓ ଛାତ୍ର ଛାତ୍ରୀ ମାନଙ୍କୁ ଶୋଷଣ କରିଚାଲିଛନ୍ତି l ସେପଟେ ବିଭାଗୀୟ ଓ ପ୍ରଶାସନିକ ନିଷ୍କ୍ରିୟତା ତଥା ହୁଗୁଳା ବ୍ୟବସ୍ଥା ସେମାନଙ୍କୁ ସୁହାଉଛି l ଏ ସଂକ୍ରାନ୍ତରେ ବହୁବାର ଆନ୍ଦୋଳନ, ଧାରଣା, ଧର୍ମଘଟ, ଅନଶନ ହୋଇଛି l ପ୍ରତିଥର ସେମାନେ ପ୍ରତିଶୃତି ଦେଇ ଚାଲିଛନ୍ତି କିନ୍ତୁ ସଠିକ କାର୍ଯ୍ୟକାରୀ ହେଉନି l ତେଣୁ ବାଧ୍ୟ ହୋଇ ମନ୍ତ୍ରୀଙ୍କ ବାସଭବନ ସମୁଖରେ ଆମରଣ ଅନଶନ କରାଯାଇଥିଲା l

ସବୁଠୁ ଗୁରୁତ୍ୱପୂର୍ଣ କଥା ହେଲା ଶିକ୍ଷା ବିଭାଗରେ ସଚିବ, ନିର୍ଦେଶକ ତଥା ବରିଷ୍ଠ ଅଧିକାରୀ ମାନେ ମାତ୍ର ତିନି ମାସ ଛ ମାସ ବେଶି ହେଲେ ବର୍ଷକ ପାଇଁ ରହୁଛନ୍ତି ଫଳରେ ଅଭିଯୋଗ କି ଦାବୀ ଜଣାଇଲେ ସେ ବିଝିବା ବେଳକୁ ସମୟ ଯାଇଛି ଆଉ ଜଣେ ଅଧିକାରୀ ଆସିଲେ ସିଏ ମୁ ନୂଆ ଆସିଛି ଟିକେ ସମୟ ଦିଅ କହି ଖାଲି ସମୟ ଟାଳି ଚାଲୁଛନ୍ତି l ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସହିତ ମହାସଂଘ ସହ ଅଧକ୍ଷ ଭୁମୋହନ ପଟନାୟକ, କୋଷାଧକ୍ଷ ସତ୍ୟଜିତ ଦାସ ଆଲୋଚନା କରିଥିଲେ l ଯେହେତୁ ସବୁ ଅଧିକାରୀ ଉପସ୍ଥିତ ନ ରହିଲେ କିଛି ଆଲୋଚନା ହେବ ନାହିଁ ବୋଲି ମହାସଂଘ ନିଷ୍ପତ୍ତି ନେଇଥିଲା ସେହି ଅନୁଯାଇ ଆଜି ସମସ୍ତ ବିଭାଗୀୟ ଅଧିକାରୀ ଓ ସଚିବ ଉପସ୍ଥିତ ରହି ଏ ସଂକ୍ରାନ୍ତରେ ଆଲୋଚନା ସମ୍ଭବ ହୋଇ ନ ପାରିବାରୁ ଆସନ୍ତା 20 ତାରିଖ ଦିନ ସମସ୍ତ ଦାବିର କାର୍ଯ୍ୟକାରିତା ନେଇ ଲୋକସେବା ଭବନ ରେ ମନ୍ତ୍ରୀଙ୍କ ଦପ୍ତରରେ ଆଲୋଚନା ହେବ ବୋଲି ମନ୍ତ୍ରୀ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟଙ୍କୁ ଚିଠି କରିବା ପରେ ଅନଶନ ସ୍ଥଗିତ ରହିଲା ବୋଲି ସହ-ଅଧକ୍ଷ,ପ୍ରସନ୍ନ ବିଷୋୟୀ ଓଡିଶା ଅଭିଭାବକ ମହାସଂଘ ତରଫରୁ ଗଣମାଧ୍ୟମକୁ କହିଛନ୍ତି l

ଆଜିର ଏହି ଆମରଣ ଅନଶନରେ ଅଧକ୍ଷ ବାସୁଦେବ ଭଟ୍ଟ, ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ, ଭୁମୋହନ ପଟ୍ଟନାୟକ, ଅଶୋକ ପାଇକରାୟ, ସ୍ୱପ୍ନେନ୍ଦୁ ସାମନ୍ତରା, ଶଙ୍କର ସାମନ୍ତରା, ଅନନ୍ତ ରାଉତ, କାର୍ତ୍ତିକ ସାହୁ, ଯଦୁମଣି ପାଣିଗ୍ରାହୀ,ସୂର୍ଯ୍ୟ ନାରାୟଣ ଜେନା,ଭାଇ ବ୍ରଜକିଶୋର ଠକର,ସତ୍ୟବ୍ରତ ପରିଜା, ତାପସ ଦାସ,ରମେଶ ଭାରତୀ,ଦେବାଶିଷ ବସନ୍ତିଆ,ପୂର୍ଣ୍ଣ ମହାପାତ୍ର, ରାଜେନ୍ଦ୍ର ପ୍ରସାଦ, ଧୂର୍ତିଧାର ଦାସ, ସୁରେଶ ସ୍ୱାଇଁ, ଅଶୋକ ପଟନାୟକ, ଆର୍ତତ୍ରାଣ ପତ୍ର, କୃଷ୍ଣବଲ୍ଲଭ ମହାନ୍ତି, ସଂଗ୍ରାମ ସିଂ, ସଂଜୀବ ପଟନାୟକ, ମିନତୀ ପଢି, ସୁଭଦ୍ରା ପଣ୍ଡା, ସୁପ୍ରିୟା ପାଣି, ପଦ୍ମଲୋଚନ ସାହୁ, ଅଶୁରଞ୍ଜନ ମହାନ୍ତି, ମୋହନ ହେମ୍ରମ, ରଂଜିତ ପାତ୍ର, ମନୋଜ ଜେନା, ସଚ୍ଚିଦାନନ୍ଦ ପାଢ଼ୀ, ପ୍ରଶାନ୍ତ ବିଷୋୟୀ ଆଦି ଅଭିଭାବକ ମହାସଂଘ ନେତା ମାନେ ଉପସ୍ଥିତ ଥିଲେ l

Leave A Reply

Your email address will not be published.