ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ ଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ୧୬ ଓ ୧୮ ରେ ଭୁବନେଶ୍ୱରରେ ହେବ ଏୟାର ସୋ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଏୟାର ସୋ ପାଇଁ ଜୋରଦାର ପ୍ରସ୍ତୁତି।ଏଥିପାଇଁ ଆଜି କଲାଇକୋଣ୍ଡା ରୁ ସପୋର୍ଟ ଟିମ୍ ପହଂଚିଛନ୍ତି। ହେଲେ ପାଗ ଭଲ ନଥିବାରୁ ଇଣ୍ଡକ୍ଟନ ଟିମ୍ ପହଞ୍ଚି ପାରିନି । କାଲି ଆସିବ ଟିମ୍। ଆସନ୍ତା 16 ତାରିଖ ରେ ଓଡ଼ିଶାର ଭୁବନେଶ୍ୱର ରେ ଏବଂ 18 ରେ ପୁରୀ ରାଜଭବନ ପାଖରେ ଥିବା ବେଳାଭୂମି ରେ ଭାରତୀୟ ବାୟୁସେନାର ଏଆର ସୋ ଅନୁଷ୍ଠିତ ହେବ। ତେବେ ଏହି ଏଆର ସୋ ରେ ଭାରତୀୟ ବାୟୁ ସେନାର 9 ଟି ଫାଇଟର ଜେଟ କୌଶଳ ପ୍ରଦର୍ଶନ କରିବେ। 13 ତାରିଖରେ ହକ ଭୁବନେଶ୍ୱରରେ ଫହଞ୍ଚିବ। ମ୍ୟାପିଂ ସର୍ଟି ବା ରିହରସଲ ହେବ । 14 ତାରିଖ ରେ ଆସିବ ଗ୍ଲୋ ମାଷ୍ଟର( ଏୟାର କାପ୍ଟ)। 15 ରେ ପୁଣି ଥରେ ହେବ ଫୁଲ ଡ୍ରେସ ରିହାରସଲ। 16 ତାରିଖରେ ହେବ ଭୁବନେଶ୍ଵର ରେ ଏଆର ସୋ କାର୍ଯ୍ୟକ୍ରମ। ଏହା ପରେ 18 ତାରିଖରେ ପୁରୀ ବେଳାଭୂମି ରେ ହେବା ଏୟାର ସୋ।

suryakiran

ସୋ’ରେ 9ଟି ହକ ବିମାନ ଅଂଶଗ୍ରହଣ କରିବ ଓ 2ଟି ଷ୍ଟାଣ୍ଡ ବାଏ ରହିବ । ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଓଡ଼ିଶାରେ ହେବ ବାୟୁସେନାର ସୂର୍ଯ୍ୟକିରଣ ସୋ’ । ଭୁବନେଶ୍ୱର ଓ ପୁରୀରେ ସୂର୍ଯ୍ୟକିରଣ ସୋ’ ପାଇଁ ହୋଇଛି ଯୋଜନା । 16 ତାରିଖରେ ଭୁବନେଶ୍ୱର ନିକଟସ୍ଥ କୂଆଖାଇ ନଦୀର ଜାଲି ପାଟଣା ଗାଁ ନିକଟ ବାଲିଯାତ୍ରା ପଡିଆରେ ଓ 18 ତାରିଖରେ ପୁରୀର ଗଭର୍ଣ୍ଣର ହାଉସ ଉପରେ ସୋ ପାଇଁ ଯୋଜନା କରାଯାଇଛି। ପାଣିପାଗ ସ୍ଥିତି ଆଧାରରେ 10ଟାରୁ 11ଟା କିମ୍ବା ଅପରାହ୍ଣ 4 ଟା 15ରୁ 5 ଟା 15 ଯାଏଁ ହେବ ସୋ’ । ପୁରୀ ଏୟାର ସୋ ସୁନିଶ୍ଚିତ ହୋଇସାରିଛି ।ଏନେଇ ଭୁବନେଶ୍ଵର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି। ଏୟାର ସୋକୁ ନେଇ  ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ସାହ ଦେଖାଦେଇଛି। ପ୍ରସ୍ତୁତି କାମ ଜୋର୍ ସୋର୍ ହୋଇଛି।

Leave A Reply

Your email address will not be published.