ବିଜୟ ମହାନ୍ତି…….
ଇଏ ଖାଲି ଗୋଟିଏ ନାଆଁ ନୁହେଁ ଇଏ ହଉଛି ପ୍ରତେକଟି ଓଡ଼ିଆର ମନର ମଣିଷ। ଓଡ଼ିଆ ସିନେମା ଜଗତର ମହାନାୟକ। ଯାହାର ଅବଦାନ ଆମ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ତଥା ସମଗ୍ର ଓଡ଼ିଶା ବାସୀଙ୍କ ପାଇଁ ଅତୁଳନୀୟ। ନିଜର ସେଇ ଚମତ୍କାର କଳାକାରିତା ସହ ସାରା ରାଜ୍ୟବାସୀ ଙ୍କ ମନରେ ଘର ବାନ୍ଧିଥିବା ସେଇ ବର୍ଷୀୟାନ ଆଜି ଆମ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଯାଇଛନ୍ତି।
ଏବେ ଭି ଭାବିଲେ ବିଶ୍ୱାସ ହେଉନି ଯେ ରୂପେଲି ପରଦାର ସେଇ ବର୍ଷୀୟାନ ଙ୍କ ହସ, ସେଇ କାନ୍ଦ, ସେଇ ସଂଳାପ ” ନାଇଁ ମ” ଆଉ ଦେଖିବାକୁ ମିଳିବ ନାହିଁ।
ବିଜୟ ଙ୍କ ବିୟୋଗ ରେ ସାରା ଓଲିଊଡ ଏବଂ ସମଗ୍ର ଓଡ଼ିଶାବାସୀ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଉତ୍କଳ ସଙ୍ଗୀତ ବିଶ୍ୱବିଦ୍ୟାଳୟ ରେ ତାଙ୍କୁ ରାଜକୀୟ ସମ୍ମାନ ” ଗାର୍ଡ ଓଫ୍ ହନର” ଦିଆଯିବା ପରେ ସତ୍ୟନଗର ଶ୍ମଶାନ ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଚି।
ଦୀର୍ଘ ଦୁଇ ମାସ ହେବ ହୃଦଘାତ ରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ବିଜୟ ହାଇଦ୍ରାବାଦ୍ ରୁ ଯେତେବେଳେ ଓଡ଼ିଶା କୁ ଫେରିଥିଲେ ସେତେବେଳେ ଅନେକ ଓଡ଼ିଆ ଏବଂ ତାଙ୍କ ପ୍ରଶଂସକ ଙ୍କ ମନରେ ଗୋଟେ ନୁଆ ଆଶା ର ସଞ୍ଚାର ହୋଇଥିଲା। କିନ୍ତୁ ଗତ ସୋମବାର, 20 ଜୁଲାଇ କୁ ସାରା ଓଡ଼ିଶାବାସୀଙ୍କ ଆଶା କୁ ଆଶାରେ ରଖିଦେଇ ସବୁଦିନ ପାଇଁ ଆଖିବୁଜି ଚାଲିଗଲେ। ତାପରଦିନ 21 July, ମଙ୍ଗଳବାର ଦିନ ତାଙ୍କ ପାର୍ଥିବ ଶରୀର କୁ ଡାକ୍ତରଖାନା ରୁ ବାମିଖଲ୍ ସ୍ଥିତ ତାଙ୍କ ବାସଭନ କୁ ନିଆଯାଇଥିଲା।ତାଙ୍କ ଅନ୍ତିମ ସଂସ୍କାର ବେଳେ ନିଜର କୋହ ସମ୍ଭାଳି ନ ପାରି ଭାଙ୍ଗିପଡିଥିଲେ ତାଙ୍କ ପତ୍ନୀ,ଝିଅ ଏବଂ ପରିବଂରବର୍ଗ।
1950 ମସିହା ଏପ୍ରିଲ 8 ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ପଣ୍ଡିନି ଗ୍ରାମରେ ଜନ୍ମଗ୍ରହଣ କରିଥିବା ବିଜୟ ମାର୍ୟୁରଭଞ୍ଜ ଜିଲ୍ଲା ର ବାରିପଦା ଠାରେ ନିଜର ପିଲାଦିନ ବିତାଇଥିଲେ। ବିଦ୍ୟାଳୟ ରେ ପଢିବା ସମୟରୁ ହିଁ ଅଭିନୟ ଆରମ୍ଭ କରିଦେଇଥିଲେ। ନିଜର ଗ୍ରାଜୁଏସନ୍ ସମ୍ପୂର୍ଣ୍ଣ କରିସାରିବା ପରେ ଭାରତୀୟ ନାଟ୍ୟ ଅନୁଷ୍ଠାନ (ନାସନାଲ୍ ସ୍କୁଲ ଅଫ ଡ୍ରାମା) ରେ ଯୋଗ ଦେଇଥିଲେ। ସେଠାରେ ପଢ଼ୁଥିଲା ବେଳେ ଅନେକ ବଡ ବଡ କଳାକାର ଯଥା ନସିରୁଦିନ୍ ଶାହା, ଓମ୍ ପୁରୀ, ରଜ୍ ବାବର୍, ଇତ୍ୟାଦି ତାଙ୍କର ସହପାଠୀ ଥିଲେ। ପରବର୍ତ୍ତୀ ସମୟରେ ସେ ଓଡ଼ିଶାକୁ ଫେରି ଓଲିଉଡ ରେ ପାଦ ଥାପିଥିଲେ। 1977 ମସିହାରେ ସେ ନିଜର ପ୍ରଥମ ଚଳଚ୍ଚିତ୍ର “ନାଗଫାଶ” ଖଳନୟକ୍ ଭୂମିକାରେ ଆସିଥିଲେ। “ଜଗା ହାତରେ ପଘା”, “ସୁନା ଚଢ଼େଇ”, “କି ହେବ ଶୁଆ ପୋଷିଲେ” ଏହିପରି ଅନେକ ସୁପରହିଟ ଚଳଚ୍ଚିତ୍ର ରେ ନିଜର ଚମତ୍କାର ଅଭିନୟ ଦ୍ୱାରା ସମଗ୍ର ଓଡ଼ିଶାବାସୀ ଙ୍କ ହୃଦୟ ରେ ବସିଷରିଥିଲେ।ତାଙ୍କ ମୃତ୍ୟୁ ବେଳକୁ ତାଙ୍କୁ 70 ବର୍ଷ ହୋଇଥିଲା। ବିଜୟଙ୍କ ବିୟୋଗ ପରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ସେଇ ସ୍ଵର୍ଣୀମା ଅଧ୍ୟାୟ ର ଅବଦାନ ଘଟିଛି। ସିଏ ଯେଉଁଠି ଭି ଥାନ୍ତୁ ନା କାହିଁକି, ସିଏ ସର୍ବଦା ଓଡ଼ିଶାବାସୀ ଙ୍କ ମନରେ ଚିରସ୍ମରଣୀୟ।
।।ଓଁମ୍ ଶାନ୍ତି ।।