ଗରମ ଓ ଗୁଳୁଗୁଳି ରୁ ମିଳିବ ନିସ୍ତାର: ୧୮ରୁ ହେବ ଭଲ ବର୍ଷା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବଙ୍ଗୋପସାଗର ରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ।୧୮ ତାରିଖରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ, ୨୦ରେ ହେବ ଲଘୁଚାପ। ପୁଣି ରାଜ୍ୟକୁ ମିଳିବ ଭଲ ବର୍ଷା। ଖରା ଗରମ ଓ ଗୁଳୁଗୁଳି ରୁ ମିଳିବ ନିସ୍ତାର। ଆସନ୍ତା ୧୮ସେପ୍ଟେମ୍ବର ବେଳକୁ ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରିଭାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟିହେବ। ସେହି ଅଞ୍ଚଳରେ ଏହାର ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ସ୍ପଷ୍ଟ କରିଛି।

ଫଳରେ ରାଜ୍ୟରେ ବର୍ଷାର ବିସ୍ତୃତି ୧୮ ତାରିଖରୁ ବୃଦ୍ଧି ପାଇବ। ୧୮ ଓ ୧୯ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ହେବା ସହ ୨୦ ତାରିଖ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଲନ କରିଛି। ୧୮ ତାରିଖରେ କଳାହାଣ୍ଡି, କନ୍ଧମାଳ, ଗଜପତି, ଗଂଜାମ, ବଲାଙ୍ଗୀର, ପୁରୀ, ଜଗତସିଂହପୁର ଭଳି ୭ ଜିଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ସେହିଭଳି ୧୯ ତାରିଖ ରେ ଉପକୂଳ ଓ ଦକ୍ଷିଣର ୧୨ ଜିଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଥିବାବେଳେ ୨୦ ତାରିଖ ରେ ୫ ଜିଲାରେ ଅତି ପ୍ରବଳ ବର୍ଷା ନେଇ ୫ ଜିଲାକୁ ୟେଲୋ ଆଲର୍ଟ ଜାରି ହୋଇଥିବାବେଳେ ୧୬ ଜିଲାରେ ହେବ ପ୍ରବଳ ବର୍ଷା।

Leave A Reply

Your email address will not be published.